ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ଏଭଳି ଏକ ଗାଁ ରହିଛି। ଯେଉଁଠି ନାଗ ପଞ୍ଚମୀରେ ଲୋକେ ସାପକୁ ନୁହେଁ ବରଂ କଙ୍କଡ଼ାବିଛାକୁ ପୂଜା କରନ୍ତି।

ଭାରତରେ ବିଭିନ୍ନ ସ୍ଥାନରେ ଗଛକୁ, ହାତୀକୁ, ସାପକୁ ପୂଜା କରାଯାଉଥିବା କଥା ଆପଣ ଜାଣିଥିବେ, ହେଲେ କଙ୍କଡ଼ାବିଛାକୁ ପୂଜା କରାଯାଉଥିବା କଥା ଆପଣ କେବେ ଶୁଣିଛନ୍ତି କି?

କର୍ଣ୍ଣାଟକରେ ଏକ ଗାଁ ରହିଛି ଯେଉଁଠି ଲୋକମାନେ କଙ୍କଡ଼ା ବିଛାକୁ ପୂଜା କରନ୍ତି। ୟାଦଗିରି ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଏହି ଗାଁ। ପ୍ରତିବର୍ଷ ନାଗପଞ୍ଚମୀ ଅବସରରେ ଏହି ଗାଁର ଲୋକମାନେ କଙ୍କଡ଼ାବିଛାକୁ ପୂଜା କରିଥାନ୍ତି।

ନୂଆ ଶାଢ଼ି, ନଡ଼ିଆ ଭୋଗ ଲଗାଇ ଆଶୀର୍ବାଦ ମାଗନ୍ତି। ସବଠୁ ମଜା କଥା ହେଲା ପୂଜାପାଠ ସରିବା ପରେ ଗାଁଲୋକେ ସ୍ଥାନୀୟ ଏକ ପାହାଡ଼କୁ ବିଛା ଖୋଜିବାକୁ ଯାଆନ୍ତି। ସେଥିପାଇଁ ଏହି ପାହାଡ଼ ବିଛା ପାହାଡ଼ ନାଁରେ ପରିଚିତ।  ଗାଁର ପିଲାଠୁ ବୁଢ଼ା ବିଛା ପାହାଡ଼ରୁ ଧରି ଆଣି ତା ସହିତ ଖେଳିଥାନ୍ତି। ଏହି ପୂଜା ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ସମାଗମ ହୋଇଥାଏ।

Comment