ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ। ଜାଣନ୍ତୁ, ସମ୍ପୂର୍ଣ୍ଣ ସୂଚନା…..

କେଉଁ ଦୋକାନ ଖୋଲା ରହିବ?

  • ମାର୍କେଟ୍ କମ୍ପ୍ଲେକ୍ସ, ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ୍ ବ୍ରାଣ୍ଡ ମଲକୁ ଛାଡ଼ି ସବୁ ଦୋକାନ ଖୋଲାରହିବ।
  • ଗୋଟିଏ ବିଲଡିଂରେ ୫ଟି ଦୋକାନ ରହିଥିଲେ ତାକୁ ମାର୍କେଟ କମ୍ଲେକ୍ସ ଭାବେ ଗ୍ରହଣ କରାଯିବ।
  • ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲାରହିବ।
  • ଭୁବନେଶ୍ୱରର ପ୍ରତ୍ୟେକ ରେସିଡେନସିଆଲ୍ କମ୍ପେକ୍ସ ଖୋଲାରହିବ।
  • ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଗ୍ୟାରେଜ, ମୋଟର ପାର୍ଟସ, ବହି ଦୋକାନ ଖୋଲାରହିବ।
  • ହୋମ୍ ଡେଲିଭରି ଯୋଗାଉଥିବା ରେସ୍ତୋରାଁ ଏବଂ ଅନଲାଇନ୍ ଡେଲିଭରି ଜାରି ରହିବ।
  • ଟେଲି କମୁନିକେସନ, ଇଣ୍ଟରନେଟ ସର୍ଭିସ, ପଟ୍ରୋଲ ପମ୍ପ, ଗ୍ୟାସ ଆଦି ଦୋକାନ ଖୋଲାରହିବ।
  • ଟୁରିଷ୍ଟମାନଙ୍କ ରହିବା ପାଇଁ ହୋଟେଲ, ଲଜ୍ ଆଦି ମଧ୍ୟ ଖୋଲାରହିବ।
  • ରାଜଧାନୀରେ ସମସ୍ତ ନିର୍ମାଣ କାର୍ଯ୍ୟ ଚାଲିପାରିବ କିନ୍ତୁ ଶ୍ରମିକମାନେ ସେହି ନିର୍ମାଣଧୀନ ଅଞ୍ଚଳରୁ ହିଁ ରହିଥିବା ଦରକାର।

କେଉଁ ଦୋକାନ ଖୋଲିବନି?

  • ମାର୍କେଟ କମ୍ପ୍ଲେକ୍ସ, ମଲ୍ଟି ଓ ସିଙ୍ଗଲ୍ ବ୍ରାଣ୍ଡ ମଲ୍ ଖୋଲିବ ନାହିଁ।
  • ଜିମ୍, ଗେମ ପାର୍ଲର, ସେଲୁନ୍, ସ୍ପା, ବିୟୁଟି ପାର୍ଲର ଓ ମସାଜ ସେଣ୍ଟର ବନ୍ଦ ରହିବ।
  • ପାନ, ଚା, କଫି, ଫାଷ୍ଟ ଫୁଡ୍ ଓ ଜଳଖିଆ ଦୋକାନ ବନ୍ଦ ରହିବ।

ଦୋକାନ ଖୋଲା ରହିଲେ କେଉଁ ନିୟମ ପାଳନ କରିବାକୁ ପଡ଼ିବ?

  • ଦୋକାନ ମଧ୍ୟକୁ ୫ ଜଣ ଗ୍ରାହକ ଏକାସାଙ୍ଗରେ ପ୍ରବେଶ କରିପାରିବେ ନାହିଁ।
  • ଦୋକାନରେ ସାମାଜିକ ଦୂରତା ପାଳନ କରାଯିବ।
  • ଦୋକାନର କର୍ମଚାରୀମାନେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ।
  • ପୂର୍ବଭଳି ପରିବା ମାର୍କେଟର ବ୍ୟବସାୟୀମାନେ ଅଲଗା ଅଲଗା ହୋଇ ଖାଲି ସ୍ଥାନରେ ବେପାର କରିବେ।
  • ରାଜଧାନୀର ସମସ୍ତ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ।
  • ଟ୍ରେଡ୍ ଲାଇସେନ୍ସକୁ ପାସ୍ ଭଳି ବ୍ୟବହାର କରି ବ୍ୟବସାୟୀମାନେ ଯିବା ଆସିବା କରିପାରିବେ।

Comment