ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଡ୍‌ ଜୋନ୍‌ରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର।

କରୋନା ଭାଇରସ୍‌ର ପ୍ରକୋପ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରିଛନ୍ତି। ଏହି ତାଲିକାରେ ରାଜଧାନୀ ଭୁବନେଶ୍ୱର ଅରେଞ୍ଜ ଜୋନ୍‌ରେ ସ୍ଥାନ ପାଇଛି। ପୂର୍ବରୁ ଭୁବନେଶ୍ୱର ରେଡ୍‌ ଜୋନ୍‌ରେ ରହିଥିଲା। ହେଲେ ଗତ ୧୫ ଭିତରେ ମାତ୍ର ଗୋଟିଏ ପଜିଟିଭ୍‌ କେସ୍‌ ଭୁବନେଶ୍ୱରରୁ ଆସିଛି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ସ୍ଥିର ରହିଛି। ଫଳରେ ଭୁବନେଶ୍ୱର ଅରେଞ୍ଜ ଜୋନ୍‌ରେ ସ୍ଥାନ ପାଇଛି।

ଏପଟେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ରେଡ୍‌ ଜୋନ୍‌ରେ ରହିଛି। ପ୍ରତିଦିନ ଏହି ତିନି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନସୁଦ୍ଧା ବାଲେଶ୍ୱରରେ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୧୯ ଏବଂ ଯାଜପୁରରେ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ପରେ ଯାଜପୁରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ ଏବଂ କଳାହାଣ୍ଡି ଅରେଞ୍ଜ ଜୋନ୍‌ରେ ରହିଛି। ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ଢେଙ୍କାନାଳରେ ଜଣେ ଲେଖାଏଁ ଏବଂ କଳାହାଣ୍ଡିରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment