ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ୧୨ ଜଣ ମେଡିକାଲ ପ୍ରାକ୍ଟିସନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଏପ୍ରିଲ୍ ୬ରୁ ଆସନ୍ତା ମେ’ ୫ ତାରିଖ ଯାଏଁ ଚାଲୁ ରହିବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।

  • ଏହି ନିଯୁକ୍ତି ୩ ମାସ ପାଇଁ ଚୁକ୍ତିଭିତ୍ତିକ
  • ଏହି ୧୨ଟି ପଦବୀ ମଧ୍ୟରୁ ୨ ଜଣ ଭେଣ୍ଟିଲେଟର ଚଲାଇବା ପାଇଁ ଆବଶ୍ୟକ

ଯୋଗ୍ୟତା– ଅବସରପ୍ରାପ୍ତ ରେଲଓ୍ୱେ ଡାକ୍ତର/ସରକାରୀ ହସ୍ପିଟାଲର ଡାକ୍ତର(୬୫ ବର୍ଷ)/ଅନ୍ୟ ଏମ୍.ବି.ବି.ଏସ୍ ଡାକ୍ତର(୫୩ ବର୍ଷ) ଆବେଦନ କରିପାରିବେ।

ଦରମା– ୭୫୦୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍ ୬ରୁ ଆସନ୍ତା ମେ’ ୫ ତାରିଖ

East coast railway

ଇଣ୍ଟରଭ୍ୟୁ ସ୍ଥାନ– ଅଫିସ୍ ଅଫ୍ ଦି ଚେୟାରମ୍ୟାନ୍/ଆର.ଆର.ସି, ୨ୟ ଫ୍ଲୋର୍, ସାଉଥ୍ ବ୍ଲକ୍, ରେଳ ସଦନ, ଭୁବନେଶ୍ୱର

ଅଧିକ ସୂଚନା ପାଇଁ eastcoastrail.indianrailways.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment