ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚାଲିବା ବେଶ୍‌ ଲାଭଦାୟକ। ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଚାଲିବା ଦ୍ୱାରା ହାର୍ଟ ସୁସ୍ଥ, ହାଡ଼ ମଜବୁତ ଓ ଅତ୍ୟଧିକ ଚର୍ବି କମିଥାଏ। ଚାଲିବା ଦ୍ୱାରା ହୃଦରୋଗ, ଟାଇପ୍‌-୨ ଡାଇବେଟିସ୍‌, ଅଷ୍ଟିଓପୋରୋସିସ୍‌ ଭଳି ଅବସ୍ଥା ହେବାର ଆଶଙ୍କା ହ୍ରାସ ପାଇଥାଏ। ଅନ୍ୟାନ୍ୟ ବ୍ୟାୟାମ ପରି ଚାଲିବାରେ କୌଣସି ଉପକରଣ ଓ ପ୍ରଶିକ୍ଷଣର ଆବଶ୍ୟକତା ନଥାଏ।

ଚାଲିବାର ଫାଇଦା

ହୃଦରୋଗ ଓ ଫୁସ୍‌ଫୁସ୍‌ ସୁସ୍ଥ ରହେ।

ହୃଦରୋଗ ହେବାର ଆଶଙ୍କା କମିଥାଏ।

ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା କମିଥାଏ।

ମଧୁମେହ ଭଳି ଅବସ୍ଥା ଦୂର କରେ।

ଓଜନ ସନ୍ତୁଳିତ ହେବା ସହ ଚର୍ବି କମିଥାଏ।

କେମିତି ଚାଲିବେ

ଚାଲିବା ବେଳେ ମୁଣ୍ଡ ସିଧା ରଖନ୍ତୁ। ନିଜ କାନ୍ଧ, ବେକ ଓ ପିଠିକୁ ଢିଲା ଛାଡ଼ିଦିଅନ୍ତୁ। ଚାଲିବା ବେଳେ ପିଠି ବଙ୍କା କରି ଚାଲିବେ ନାହିଁ। ଚାଲିବା ବେଳେ ପିଠି ସିଧା କରି ଚାଲନ୍ତୁ। ଧୀରେ ଧୀରେ ଆରମ୍ଭ କରି ଚାଲିବାର ବେଗ ବଢ଼ାନ୍ତୁ।

ସଠିକ୍‌ ଜୋତା ଚୟନ କରନ୍ତୁ: ଚାଲିବା ବେଳେ ସଠିକ୍‌ ଜୋତା ବ୍ୟବହାର କରନ୍ତୁ। ମୋଟା ସୋଲ ଯୁକ୍ତ ଜୋତା ବ୍ୟବହାର କରନ୍ତୁ।

ଚାଲିବାକୁ ଯିବାବେଳେ ପାର୍କ ଓ ଭଲ ରାସ୍ତାରେ ଚାଲନ୍ତୁ। ଖାଲ, ଢିପ, ଗୋଡ଼ି ରାସ୍ତାରେ ଚାଲନ୍ତୁ ନାହିଁ। ଯଦି ବାହାରେ ବର୍ଷା ହେଉଛି, ତେବେ ଆପଣ ଘରେ ବି ଚାଲିପାରିବେ।

ଓ୍ୱାର୍ମ ଅପ୍‌: ଚାଲିବା ପୂର୍ବରୁ ପ୍ରଥମେ ଓ୍ୱାର୍ମ ଅପ୍ ବା ଷ୍ଟ୍ରେଚିଂ କରନ୍ତୁ। ପ୍ରଥମେ ଧୀରେ ଧୀରେ ଚାଲନ୍ତୁ ଓ ପରେ ନିଜ ବେଗ ବଢ଼ାନ୍ତୁ।

କୁଲ୍‌ ଡାଉନ୍‌: ଚାଲିବା ଶେଷ ବେଳକୁ ଧୀରେ ଧୀରେ ଚାଲନ୍ତୁ । ୫ରୁ ୧୦ ମିନିଟ୍‌ ଯାଏଁ ଧୀରେ ଧୀରେ ଚାଲିଲେ ମାଂସପେଶୀ ରିଲାକ୍ସ ଓ ଶାନ୍ତ ହୋଇଯିବ। ମନେ ରଖନ୍ତୁ, ଚାଲିବା ପୂର୍ବରୁ ଓ୍ୱାର୍ମ ଅପ୍‌ କରନ୍ତୁ ଓ ଚାଲିବା ପରେ କୁଲ୍‌ ଡାଉନ୍‌ ରହନ୍ତୁ।

ଷ୍ଟ୍ରେଚିଂ: ଚାଲିବା ସରିଲେ ମାଂସପେଶୀକୁ ଷ୍ଟ୍ରେଚ୍‌ କରନ୍ତୁ।

ଚାଲିବାକୁ ନିଜ ଜୀବନଶୈଳୀରେ ସାମିଲ କରନ୍ତୁ

ସକାଳ ଓ ସନ୍ଧ୍ୟାରେ ଚାଲନ୍ତୁ। ପ୍ରଥମେ ୩୦ ମିନିଟ୍‌ ପାଇଁ ଚାଲନ୍ତୁ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ୩୦ ମିନିଟ୍‌ରୁ ଅଧିକ ସମୟ ଚାଲନ୍ତୁ।

ଲିପ୍ଟ ବଦଳରେ ପାହାଚରେ ଯାଆନ୍ତୁ।

ସ୍ଥାନୀୟ ଦୋକାନରୁ କିଣାକିଣି କରିବା ପାଇଁ ଚାଲିକି ଯିବା ଆସିବା କରନ୍ତୁ।

ନିଜ ପୋଷା କୁକୁରକୁ ବାହାରକୁ ନେବା ବେଳେ ଚାଲନ୍ତୁ।

ଓଜନ କମ୍‌ କରିବା ପାଇଁ ଚାଲୁଥିଲେ, ଦ୍ରୁତ ଗତିରେ ଚାଲନ୍ତୁ। ଅଧିକ ସମୟ ପାଇଁ ଚାଲନ୍ତୁ। ହାତରେ ଡମ୍ବଲ୍ସ ବା କିଛି ଓଜନିଆ ବସ୍ତୁ ଧରି ଚାଲିପାରିବେ।

ଟିପ୍ସ

ଚାଲିବା ବେଳେ ଢିଲା ପୋଷାକ ଓ ସଠିକ୍‌ ଜୋତା ପିନ୍ଧନ୍ତୁ।

ଯଦି ଚାଲିବାବେଳେ ଖରା ହେଉଛି, ତେବେ ସନ୍‌ ଗ୍ଲାସ୍‌, ସନ୍‌ସ୍କ୍ରିନ୍‌ ବ୍ୟବହାର କରିବେ।

ସକାଳୁ ଖାଲିପେଟରେ ଚାଲିବେ। ଖାଇବା ପାର ଚାଲନ୍ତୁ ନାହିଁ।

ଚାଲିବା ପୂର୍ବରୁ ଓ ଚାଲିବା ପରେ ଅଧିକ ପାଣି ପିଅନ୍ତୁ।

ଯଦି ଚାଲିବା ପାଇଁ ବେଶି ଦୂର ଯାଉଛନ୍ତି ସାଙ୍ଗରେ ପାଣି ନେଇ ଯାଆନ୍ତୁ।

Comment