ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମହାରାଷ୍ଟ୍ରର ପାଲଘର ଲିଞ୍ଚିଂ ମାମଲାରେ ଜଣେ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ପୂର୍ବରୁ ଓ୍ଵାଡା ପୋଲିସ ଷ୍ଟେସନରେ ରହିଥିଲେ। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ୨୦ ଅଭିଯୁକ୍ତ ଗୋଟିଏ ଲକ୍‌ଅପ୍‌ରେ ରହିଥିଲେ। ତେଣୁ ଥାନାର ପୋଲିସକର୍ମୀଙ୍କ ସହ ମୋଟ୍‌ ୨୩ ଜଣଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି।

ଆକ୍ରାନ୍ତଙ୍କୁ ପ୍ରଥମେ ପାଲଘର ଗ୍ରାମୀଣ ହସ୍ପିଟାଲର ଆସୋଲେସନରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଜେଜେ ହସ୍ପିଟାଲର କଏଦୀ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଅଭିଯୁକ୍ତ ଓ ପୋଲିସଙ୍କୁ କ୍ଵାରେଣ୍ଟାଇନକୁ ପଠାଯାଇଛି।

୧୬ ଏପ୍ରିଲରେ ଗଡଚିଞ୍ଚଲ ଗ୍ରାମରେ ଏହି ଘଟଣା ଘଟିଥିଲା। ଦୁଇଜଣ ସାଧୁ ଏକ କାରରେ ସୁରତରେ ଜଣଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଗ୍ରାମବାସୀଙ୍କର ଏକ ଗୋଷ୍ଠୀ ତାଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରିଥିଲେ।

ଏହି ଘଟଣାରେ ପୂର୍ବରୁ ୧୧୦ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ପରେ ପୁଣି ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୯ ଜଣ ନାବାଳକ ଅଛନ୍ତି।

Comment