ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ମହାମାରୀ କରୋନା ତାର ପ୍ରକୋପ ଏବେ ଭାରତରେ ଦେଖାଇବା ଆରମ୍ଭ କରିଛି। ମେ ମାସର ପ୍ରଥମ ତିନି ଦିନ ମଧ୍ୟରେ ଏହା ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ସବୁଠାରୁ ବଡ଼ କଥା ହେଲା ମାତ୍ର ଚାରି ରାଜ୍ୟରେ ଦେଶର ମୋଟ କରୋନା ପୀଡ଼ିତଙ୍କ ଭିତରୁ ୬୦ ପ୍ରତିଶତ ଅଛନ୍ତି। ଏହି ଚାରି ରାଜ୍ୟ ହେଲା ମହାରାଷ୍ଟ୍ର, ଦିଲ୍ଲୀ,ଗୁଜରାଟ ଓ ତାମିଲନାଡୁ। ତା ତଳକୁ ଅଛି ଆଉ ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ।

ଏହି ଚାରୋଟି ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଲକଡାଉନ ଉଠିବା ପରେ ଆଗାମୀ ଦିନରେ ଯେତେବେଳେ ଦେଶରେ ସ୍ୱାଭାବିକ ଜୀବନ ଯାତ୍ରା ଆରମ୍ଭ ହେବ,ଏହି ଚାରି ରାଜ୍ୟକୁ ଯିବା ପୂର୍ବରୁ ଲୋକେ ଦୁଇ ଥର ଚିନ୍ତା କରିବେ। କରୋନାର ଦ୍ଵିତୀୟ ଜୁଆର ଯେତେବେଳେ ଆସନ୍ତା ଜୁଲାଇ ମାସରେ ଆସିବ ଏହି ରାଜ୍ୟଗୁଡ଼ିକ ପୁଣି ଥରେ ସରକାର ମାନଙ୍କ ନିଦ ହଜାଇବେ ବୋଲି ବିଶେଷଜ୍ଞ ମାନେ ସତର୍କ କରି ଦେଇଛନ୍ତି।

Comment