ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟ କରିବ କଂଗ୍ରେସ। ଘରକୁ ଫେରୁଥିବା ସମସ୍ତ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ। ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନେଇ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ। ଏହାସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ଆମ ସରକାରଙ୍କ ଦାୟିତ୍ଵ କ’ଣ? ଆଜି ବି ଦେଶରେ ଲକ୍ଷ ଲକ୍ଷ ଶ୍ରମିକ ଏବଂ ପ୍ରବାସୀ ଅସୁବିଧା ଭୋଗୁଛନ୍ତି। ପୁଣି ସମୟରେ ମଧ୍ୟ ସରକାର ସେମାନଙ୍କଠାରୁ ଟିକେଟ ଖର୍ଚ୍ଚ ରଖୁଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଶ୍ରମିକ ଫସିଛନ୍ତି। ସେମାନଙ୍କୁ ଫେରାଇ ନେବାକୁ ରାଜ୍ୟ ସରକାରମାନେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଶ୍ରମିକଙ୍କୁ ଫେରିବାକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। ହେଲେ ଟ୍ରେନରେ ଶ୍ରମିକଙ୍କଠାରୁ ଟିକେଟ ଖର୍ଚ୍ଚ ଆଦାୟ କରାଯାଉଛି।

ତେବେ ଏଭଳି ପରିସ୍ଥିତିରେ ସରକାର କେମିତି ଶ୍ରମିକମାନଙ୍କଠାରୁ ଟିକେଟ ଖର୍ଚ୍ଚ ଆଦାୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। ଏହାସହ ଶ୍ରମିକ ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛୁ ବୋଲି କଂଗ୍ରେସ କହିଛି।

Comment