ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଉଁ ଲୋକ ଚୋର ବୋଲି ଜାଣିଲେ ଜଣେ ସାଧାରଣ ଲୋକଟିଏ ତା’ଠାରୁ ଦୂରେଇ ଯାଇଥାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଚୋରମାନଙ୍କର ପୂଜା କରାଯାଉଛି।

ଆମେରିକାର ଭେନଜୁଏଲାରେ ଲୋକମାନେ ସେଠାକାର ମୃତ ଚୋରମାନଙ୍କର ମୂର୍ତ୍ତି ତିଆରି କରି ସେମାନଙ୍କୁ ପୂଜା କରୁଛନ୍ତି। ଏହି ମୂର୍ତ୍ତି ଦେଖିବାକୁ ବିଭିନ୍ନ ସମୟରେ ଗହଳି ମଧ୍ୟ ଲାଗି ରହୁଛି।

ତେବେ ଏହା ପଛର କାରଣ ମଧ୍ୟ ମଜାଦାର। ବହୁ ବର୍ଷ ପୂର୍ବେ ଭେନଜୁଏଲାରେ କିଛି ଲୋକ ଧନୀଲୋକଙ୍କଠାରୁ ଟଙ୍କା ପଇସା ଚୋରି କରି ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଲାଗିଲେ। ସେମାନେ କେବେ ବି କୌଣସି ସାଧାରଣ ଲୋକ କିମ୍ବା ଗରିବ ଲୋକଠୁ ଚୋରି କରିନାହାନ୍ତି।

ଏପରିକି ସେମାନେ ତାଙ୍କ ଜୀବନରେ କେବେ ବି କାହାର ହତ୍ୟା କରିନାହାନ୍ତି। ତେଣୁ ସେଠାକାର ଲୋକ ସେମାନଙ୍କର ମୂର୍ତ୍ତି ତିଆରି କରି ସେମାନଙ୍କର ପୂଜା କରିବା ଆରମ୍ଭ କରିଦେଇଛନ୍ତି।

Comment