ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ରବି ଋତୁରେ ଗତ ୨ ତାରିଖ ସୁଦ୍ଧା ୨,୬୮୨ କୋଟି ଟଙ୍କାର ଏମଏସପି ମୂଲ୍ୟରେ ୨ ଲକ୍ଷ ୬୧ ହଜାର ୫୬୫ ମେଟ୍ରିକ ଟନ ଡାଲି ଓ  ୩ ଲକ୍ଷ ୧୭ ହଜାର ୪୭୩  ମେଟ୍ରିକ ଟନ ତୈଳବୀଜ କ୍ରୟ କରାଯାଇଛି। ଏଥିଯୋଗୁଁ ୩ ଲକ୍ଷ୨୫ ହଜାର ୫୬୫  କୃଷକ ଉପକୃତ ହୋଇଛନ୍ତି। ଏଥିମଧ୍ୟରୁ ୧୪, ୮୫୯ ମେଟ୍ରିକ ଟନ ଡାଲି ଓ ୬, ୭୦୬ ମେଟ୍ରିକ ଟନ ତୈଳ ବୀଜ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣା ଭଳି ୬ ରାଜ୍ୟରୁ କ୍ରୟ କରାଯାଇଛି।

ଏହାବ୍ୟତୀତ ୨୦୨୦-୨୧ ରବି ଋତୁରେ ଏଫସିଆଇରେ ମୋଟ ୧ କୋଟି ୮୭ ଲକ୍ଷ ୯୭ ହଜାର ୭୬୭ ମେଟ୍ରିକ ଟନ ଗହମ ସଂଗୃହିତ ହୋଇଛି। ଏଥିମଧ୍ୟରୁ  ୧ କୋଟି ୮୧ ଲକ୍ଷ ୩୬ ହଜାର ୧୮୦ ମେଟ୍ରିକ ଟନ୍‌ ଗହମ କ୍ରୟ କରାଯାଇଛି।

ଗତବର୍ଷର ଏହି ଅବଧିରେ ୨୫.୨୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ  ୩୪.୮୦ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି।

ସେହିପରି ଗତବର୍ଷ ଏହି ସମୟରେ ମୋଟ ୫.୪୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ପାଖାପାଖି ୮.୭୭ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇଛି।

ଗତବର୍ଷ ୫.୪୯ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୯.୧୨ ହେକ୍ଟର ଜମିରେ ଏହି ଚାଷ କରାଯାଇଛି।

ସେହିପରି ଗତବର୍ଷ ଏହି ସମୟରେ ୭ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ପାଖାପାଖି ୮.୮୭ ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଛି।

କୋଭିଡ-୧୯ ମହାମାରୀ ସମୟରେ କୃଷକ ଓ କୃଷିଜନିତ କାର୍ଯ୍ୟକୁ ସୁବିଧାଜନକ କରିବା ଲାଗି କେନ୍ଦ୍ର କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଅବଧି ଭିତରେ ପିଏମ କିଷାନ ଯୋଜନା ଅନ୍ତର୍ଗତ ୯.୦୬ କୋଟି କୃଷକ ପରିବାରକୁ ୧୮,୧୩୪ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।

Comment