ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାର କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତିମାନେ ଆସନ୍ତା ମେ ୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ୩ ମାସ ପାଇଁ ଚୁକ୍ତିଭିତ୍ତିକ।

  • ଏହି ନିଯୁକ୍ତି ସବୁ ଜିଲ୍ଲାମାନଙ୍କରେ ଦିଆଯିବ।
  • ଏହି ନିଯୁକ୍ତି ଆୟୁର୍ବେଦ ଏବଂ ହୋମିଓପାଥି ବିଭାଗରେ ଦିଆଯିବ।
  • ସମସ୍ତ ଜିଲ୍ଲାରେ ସମୁଦାୟ ୧୩୦ ଆୟୁର୍ବେଦିକ ଡାକ୍ତର ଏବଂ ୧୩୭ ହୋମିଓପାଥି ଡାକ୍ତରଙ୍କ ନିଯୁକ୍ତି ହେବ।

ଯୋଗ୍ୟତା- ଆୟୁର୍ବେଦିକ ମେଡିସିନ ଏବଂ ସର୍ଜରୀ/ହୋମିଓପାଥି ମେଡିସିନ ଏବଂ ସର୍ଜରୀରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

Ayush

ଦରମା- ୨୨୦୦ ଟଙ୍କା ଦିନ ପିଛା

ଆବେଦନ ପ୍ରକିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଦରକାରୀ କାଗଜପତ୍ରକୁ ସଂପୃକ୍ତ ଜିଲ୍ଲାର CDM & PHOଙ୍କ ନିକଟକୁ ମେ ୭ ତାରିଖ ସୁଦ୍ଧା ପଠାଇପାରିବେ।

ସଂପୂର୍ଣ୍ଣ ସୂଚନା ପାଇଁ ayushodisha.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment