ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ଓ ଲକଡାଉନ୍ କାରଣରୁ ଏବେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି ‘ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ’ ନାମକ ଏକ ଘରୋଇ ସଂସ୍ଥା।

ରାୟଗଡ଼ା ଜିଲ୍ଲା ଯେମଦେଇପେଣ୍ଠ ଗ୍ରାମପଞ୍ଚାୟତର ମହାଦେବକାକିଲି ଗ୍ରାମରେ ଏହି ସଂସ୍ଥା ପକ୍ଷରୁ ପ୍ରାୟ ୭୦ ପରିବାରଙ୍କୁ ରାସନ ସାମଗ୍ରୀ ସହ ମାସ୍କ ବଣ୍ଟା ଯାଇଛି। କରୋନା ମହାମାରୀଠାରୁ କିପରି ନିଜକୁ ସୁରକ୍ଷିତ ରଖିବା,ସାନିଟାଇଜର୍ କିମ୍ବା ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଆଦି ବିଷୟରେ ଲୋକମାନଙ୍କୁ ବୁଝାଯାଇଛି।

ଏହି କାର୍ଯ୍ୟକ୍ରମରେ ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥାର ନିର୍ଦେଶକ ଆର୍ ପଲ ମାହାନନ୍ଦିଆ, ଜୀବନ ଜୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜୁ ତିର୍କୀଙ୍କ ସମେତ ଯେମଦେଇପେଣ୍ଠ ସରପଞ୍ଚ ନଗେଶ ହରକା, ଚାମେଶ ପୁଆଲା, ଗଣ୍ଡାଗୁଡା ୱାର୍ଡ ମେମ୍ବର ସୁରେଶ ବିଡ଼ିକା, ସ୍ଥାନୀୟ ଠିକାଦାର ବସନ୍ତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Comment