ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବୋରା କେଭ ନିକଟରେ ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣଙ୍କ ମଧ୍ୟରେ ଜଣେ ରେଳ କର୍ମଚାରୀ ମଧ୍ୟ ରହିଥିଲେ। ରେଳ ଲାଇନରେ ମାଟି ଅତଡ଼ା ସଫା କରୁଥିବା ବେଳେ ଶ୍ରମିକମାନଙ୍କ ଉପରେ ପୁଣି ମାଟି ଅତଡ଼ା ଖସିପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
କୋରୋଣ୍ଡୁଲ-କଟାବାଲସା ରେଳ ଲାଇନର ଚିମିଡ଼ିପାଲି ନିକଟରେ ଗତକାଲି ସନ୍ଧ୍ୟାରେ ରେଳ ଲାଇନରେ ମାଟି ଅତଡା ଖସିଥିଲା। ଏହି ମାଟି ଅତଡ଼ାକୁ ୩ ଜଣ ଶ୍ରମିକ ସଫା କରୁଥିବା ବେଳେ ପୁଣି ମାଟି ଅତଡା ଖସିଥିଲା। ମାଟି ଅତଡ଼ା ଖସିବାରୁ ୩ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ।
ମୃତକ ମାନ ହେଲେ ରେଳ ବିଭାଗର ଶ୍ରମିକ ଭି.ସୁରେଶ କୁମାର, ଠିକା ଶ୍ରମିକ କେ.ଭିରା ସ୍ୱାମୀ ଚୁକା ସୁରି। ୩ଜଣ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।