ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ‌ ଷ୍ଟାର ସଲମାନ ଖାନ୍‌। ବିଙ୍ଗ ହଙ୍ଗ୍ରି ଫୁଡ୍‌ ଟ୍ରକରେ ଯୋଗାଉଛନ୍ତି ରାସନ।

ଲକ୍‌ଡାଉନ୍‌ ସମୟରେ ସମସ୍ତ ଲୋକ ନିଜ ଘରେ ରହିଛନ୍ତି। ଏପରି ପରିସ୍ଥିତିରେ, ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକ। ବର୍ତ୍ତମାନ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ସେ ବର୍ତ୍ତମାନ ହଙ୍ଗ୍ରି ନାମକ ଏକ ଫୁଡ୍‌ ଟ୍ରକ ଆରମ୍ଭ କରିଛନ୍ତି, ଯାହା ଗରିବ ଲୋକଙ୍କ ନିକଟରେ ପହଞ୍ଚି ଏବଂ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଉଛି।

କରୋନା ଭଳି ବିପଦପୂର୍ଣ୍ଣ ସମୟରେ ଦେଶର ପ୍ରତ୍ୟେକ ନାଗରିକଙ୍କ ସହ ସଲମାନ ଖାନ୍‌ ଛିଡା ହୋଇଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ସଲମାନ ପୁଣି ଥରେ ଲୋକଙ୍କ ହୃଦୟ ଜିତିଛନ୍ତି। ଏହି ପୁଡ୍‌ ଟ୍ରକ ପ୍ରତ୍ୟେକ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଉଛି। ସଲମାନଙ୍କ ଏଭଳି କାମକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି।

ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଟ୍ରକରେ ବିଙ୍ଗ୍‌ ହଙ୍ଗ୍ରି ଲେଖାଅଛି ଏବଂ ଏଥିରେ ଥିବା କର୍ମଚାରୀମାନେ ଆବଶ୍ୟକ ରାସନ ସାମଗ୍ରୀକୁ ଗୋଟିଏ ପରେ ଗୋଟିଏ ସାଧାରଣ ଲୋକଙ୍କୁ ବଣ୍ଟନ କରୁଛନ୍ତି। ଭିଡିଓ ଆରମ୍ଭରେ, ଏହି ଟ୍ରକ ମୁମ୍ବାଇର ଖାର ରୋଡ ଷ୍ଟେସନ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

କିଛି ଦିନ ପୂର୍ବେ ସଲମାନଙ୍କ ଫାର୍ମହାଉସର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନିଜେ ଗାଡ଼ିରେ ଗରିବ ଲୋକଙ୍କ ପାଇଁ ପାଇଁ ସାମଗ୍ରୀ ଲୋଡ୍ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ତାଙ୍କ ସହିତ ତାଙ୍କ ପରିବାର ମଧ୍ୟ ରାସନ ସାମଗ୍ରୀ ବଣ୍ଟନ କରୁଥିବା ଜଣାପଡ଼ିଛି।

Comment