ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ପ୍ରବାସୀମାନଙ୍କର ହେବ କରୋନା ଟେଷ୍ଟ। ପ୍ରଥମେ ନମୁନା ପରୀକ୍ଷା ହେବ ଏହାପରେ ଯାଇ ସେମାନେ ଓଡ଼ିଶାରେ ପ୍ରବେଶ କରିବାକୁ ଅନମୁତି ପାଇବେ। ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ, ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ। ନମୁନା ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସେମାନଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଯଦି ସେମାନେ କରୋନା ପଜିଟିଭ୍ ଥିବେ ତେବେ ସେମାନଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଠାରେ ଆରଟି-ପିସିଆର୍ ଟେଷ୍ଟ କରିବାକୁ କୁହାଯାଇଛି।

ଓଡ଼ିଶାରେ ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ଅଧିକ ମାତ୍ରାରେ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

Comment