ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଭିତରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଛି। ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି।

ଏହି ଆକ୍ରାନ୍ତ ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କର ଚିକିତ୍ସା ଜାରିରହିଥିଲା। ଏହାପରେ ଏବେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ତାଙ୍କୁ ସୁସ୍ଥ ବୋଲି ଘୋଷଣା କରାଯାଇଛି। ଏଥିସହ ଖୋର୍ଦ୍ଧା ଜିଲ୍ଲାର ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୩୨ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୪୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ଅନ୍ୟପଟେ ଆଜି ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାରେ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଦୁଇ ଜିଲ୍ଲାକୁ ଯଥାକ୍ରମେ ରେଡ୍ ଓ ଅରେଞ୍ଜ ଜୋନରେ ସାମିଲ କରାଯାଇଛି। ସେହିଭଳି ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଅରେଞ୍ଜ୍ ଜୋନରେ ସାମିଲ କରାଯାଇଛି।

Comment