ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଜୋନ ଭିତ୍ତିକ କାରବାର ଓ ଗତିବିଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିସହ ଅଧିକାଂଶ ସ୍ଥାନରେ କଟକଣା କୋହଳ ହୋଇଥିବାବେଳେ ଖୁବଶୀଘ୍ର ସାଧାରଣ ପରିବହନ ମଧ୍ୟ ଆରମ୍ଭ ହେବ। ଏକଥା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ।

ସାମାଜିକ ଦୂରତାକୁ ବଜାୟ ରଖିବା ସହ ପରିବହନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ବୋଲି ଗଡ଼କାରୀ କହିଛନ୍ତି। ବସ ଓ କାର ଚାଳକ ସଂଘର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଉପରୋକ୍ତ ବିଷୟ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ କେବଳ ଗ୍ରୀନ୍ ଜୋନରେ ବସ ଚାଲିବା ସମ୍ଭବ ହୋଇପାରିଛି।

ଗଡ଼କାରୀ କହିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି। ସେମାନେ ସେଠାରୁ ବାହାରିବା ପାଇଁ ଚାହୁଁଛନ୍ତି ଓ ଏଥିପାଇଁ ବିମାନ,ଵସ ଓ ଟ୍ରେନ ସୁବିଧା ତୁରନ୍ତ ଆରମ୍ଭ ହେବା ଦରକାର। ଗଡ଼କାରୀ ପରୋକ୍ଷରେ କହିଲେ,’ମତେ ଲାଗୁଚି ଏଗୁଡ଼ିକୁ ଏବେ ଆରମ୍ଭ କରିଦିଆଯିବା ଉଚିତ।’

Comment