ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ର ପ୍ରଦେଶର ଆର୍‌ଆର୍‌ ଭେଙ୍କଟପୁରମ୍‌ ଗାଁରେ ଏଲଜି ପଲିମର କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍‌ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୦ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବଲିଉଡ ଷ୍ଟାରଙ୍କଠାରୁ ଆରମ୍ଭ ସାଉଥ ଫିଲ୍ମ ଷ୍ଟାରମାନେ ଦୁଃଖ ପ୍ରକାଶ କରିଛନ୍ତି।

 ମହେଶ ବାବୁ, ତମନ୍ନା ଭାଟିଆ, ଅର୍ଜୁନ କପୁର, ରାକୁଲ ପ୍ରୀତ ସିଂ ଏବଂ ଅନ୍ୟମାନେ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହ ଆହତ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।

 ଗୁରୁବାର ସକାଳେ ଆର୍‌ଆର୍‌ ଭେଙ୍କଟାପୁରମ୍‌ରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନିରୁ ଏକ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି। ପାଞ୍ଚଟି ଗାଁକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ଶତାଧିକ ଲୋକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଲୋକଙ୍କ ଦୁଃଖ ବଢ଼ାଇଥିଲା ବେଳେ ଏ ଅଘଟଣ ଆହୁରି ସମସ୍ୟାରେ ପକାଇଛି।

Comment