ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ରେଳ ଧାରଣାରେ ଚାଲି ଚାଲି ଘରକୁ ଫେରୁଥିଲେ ଶ୍ରମିକ। ୩୬ କିଲୋମିଟର ଚାଲିବା ପରେ ଟ୍ରେନ ଆସିବନି ଭାବି ରେଳ ଧାରଣାରେ ଶୋଇପଡ଼ିଥିଲେ। ହେଲେ ଏକ ମାଲବାହୀ ଟ୍ରେନ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଅଞ୍ଚଳରେ।

ପ୍ରାଣ ହରାଇଥିବା ଶ୍ରମିକମାନେ ସମସ୍ତେ ମଧ୍ୟପ୍ରଦେଶର। ସେମାନେ ମହାରାଷ୍ଟ୍ରର ଜାଲନାର ଏସ୍‌ଆରଜି କମ୍ପାନିରେ କାମ କରୁଥିଲେ। ମେ ୫ ତାରିଖରେ ଏହି ସମସ୍ତ ଶ୍ରମିକ ଜାଲନାରୁ ଯାତ୍ରା ଆରମ୍ଭ କରିଥିଲେ। ରାସ୍ତାରେ କିଛି ବାଟ ଚାଲିବା ପରେ ସେମାନେ ଔରଙ୍ଗାବାଦରୁ ରେଳ ଧାରଣାରେ ଚାଲିବା ଆରମ୍ଭ କରିଥିଲେ।

ପ୍ରାୟ ୩୬ କିଲୋମିଟର ଚାଲିବା ପରେ ଶ୍ରମିକମାନେ ବିଶ୍ରାମ ନେଇଥିଲେ। ସେମାନେ ବିଶ୍ରାମ ପାଇଁ ରେଳ ଧାରଣାରେ ଶୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୧୬ ଜଣ ରେଳ ଧାରଣାରେ ଶୋଇଥିଲା ବେଳେ ଅନ୍ୟମାନେ କିଛି ଦୂରରେ ଶୋଇଥିଲେ।

ଏହି ସମୟରେ ଭୋର ୫ଟାରେ ଏକ ମାଲବାହୀ ଟ୍ରେନ ସେହି ରାସ୍ତା ଦେଇ ଅତିକ୍ରମ କରିଥିଲା। ଟ୍ରେନ ଡ୍ରାଇଭର ଶ୍ରମିକଙ୍କୁ ଦେଖି ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲେ। ଫଳରେ ୧୬ ଜଣ ଶ୍ରମିକଙ୍କ ଉପରେ ଟ୍ରେନ ମାଡ଼ି ଚାଲିଯାଇଥିଲା। ଦୁର୍ଘଟଣା ପରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

Comment