ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରସିଦ୍ଧ ରାଜପ୍ରସାଦ ମଧ୍ୟରୁ ଅଲଗା ରାଜସ୍ଥାନର ‘ଜଳ ମହଲ’। ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ।

ଭାରତରେ ଅନେକ ଐତିହାସିକ କୋଠା, ରାଜପ୍ରସାଦ ଅଛି, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ। କିନ୍ତୁ ଆପଣ କେବେ ‘ଜଳ ମହଲ’ ବିଷୟରେ ଶୁଣିଛନ୍ତି କି? ଯାହା ଏକ ହ୍ରଦ ମଝିରେ କାହିଁ କେଉଁ କାଳରୁ ରହିଛି। ଆସନ୍ତୁ ଜାଣିବା ସେହି ‘ଜଳ ମହଲ’ ବିଷୟରେ।

ଏହି ‘ଜଳ ମହଲ’ ରାଜସ୍ଥାନର ଜୟପୁରରେ ଅଛି । ପ୍ରକୃତରେ ଏହା ଏକ ରାଜପ୍ରାସାଦ। ଜୟପୁରର ମାନସାଗର ହ୍ରଦ ମଝିରେ ରାଜା ସାୱାଇ ଜୟ ସିଂ ୧୭୯୯ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ।

ଏହାକୁ ‘ରୋମାଣ୍ଟିକ୍ ପ୍ରାସାଦ’ ମଧ୍ୟ କୁହାଯାଏ।  ରାଜା ତାଙ୍କ ରାଣୀଙ୍କ ସହିତ ବିଶେଷ ସମୟ ଅତିବାହିତ କରିବାକୁ ଏହି ପ୍ରସାଦକୁ ଆସୁଥିବାରୁ ଏହା ଏଭଳି ନାଁରେ ପରିଚିତ।

ଏହି ପାଞ୍ଚ ମହଲା ବିଶିଷ୍ଟ ଜଳ ମହଲ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର କେବଳ ଗୋଟିଏ ମହଲା ପାଣି ଉପରେ ଦେଖାଯାଏ। ଅବଶିଷ୍ଟ ଚାରି ମହଲା ପାଣି ଭିତରେ ଅଛି। ଏହି ପ୍ରସାଦରୁ ପର୍ବତ ଏବଂ ହ୍ରଦର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଜଲ ମହଲର ନର୍ସରୀରେ ଏକ ଲକ୍ଷରୁ ଅଧିକ ଗଛ ଅଛି, ଏହାକୁ ୪୦ରୁ ଅଧିକ ମାଳି ଜଗି ରହିଛନ୍ତି। ବହୁ ସଂଖ୍ୟକ ଲୋକ ମଧ୍ୟ ଏଠାକୁ ବୁଲିବାକୁ ଆସନ୍ତି।

LEAVE A REPLY

Please enter your comment!
Please enter your name here