ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନାର ଏକ ଫାଇଟର ପ୍ଲେନ୍ ଶୁକ୍ରବାର ପଞ୍ଜାବରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତିଦିନର ରୁଟିନ୍ ଉଡ଼ାଣ ସମୟରେ ଏହି ମିଗ୍-୨୯ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟିନଥିଲେ ମଧ୍ୟ ପାଇଲଟ ଜଣକର ଅବସ୍ଥା ସଙ୍କଟାପନ ରହିଛି। ଶୁକ୍ରବାର ପ୍ରାୟ ୧୧ଟା ସମୟରେ ଏହି ଅଞ୍ଚଳର ଲୋକମାନେ ଆକାଶ ମାର୍ଗରେ ଏକ ବିମାନରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ। ବିମାନରେ ନିଆଁ ଲାଗି ଏହା ବିଲରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା।

ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଞ୍ଚଳ ଭାରତ ଓ ପାକିସ୍ତାନର ସୀମାରେ ଅବସ୍ଥିତ। ତେଣୁ ଏଠାରେ ପ୍ରତିଦିନ ରୁଟିନ୍ ଉଡ଼ାଣ କରାଯାଇଥାଏ। ହେଲେ ଆଜି ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କୁହାଯାଇଛି।

Comment