ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଦୁଇଟି ରେଳ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ରେଳ ଷ୍ଟେସନରେ ଥିବା ରେଳ ବଗିରେ ଏହି କେୟାର ସେଣ୍ଟର ନିର୍ମାଣ କରାଯିବ। ଏନେଇ ଆଜି ରେଳ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ସୂଚନା ଦେଇଛି।

ସମଗ୍ର ଦେଶରେ ଏହିଭଳି ୨୨୫ଟି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯିବ। ଯେଉଁଥିପାଇଁ ୫ ହଜାର କୋଚ୍ ପ୍ରସ୍ତୁତ କରି ରଖାଯାଇଛି। ତା ମଧ୍ୟରୁ ଓଡ଼ିଶାରେ ଏହିଭଳି ଦୁଇଟି କେୟାର ସେଣ୍ଟର ପ୍ରସ୍ତୁତ କରାଯିବ। ଜଟଣୀ ନିକଟରେ ଥିବା ଖୋର୍ଦ୍ଧା ରୋଡ୍ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ଏହା ନିର୍ମାଣ କରାଯିବ।

ଏଥସହ ହସ୍ପିଟାଲ ପାଇଁ ନୋଡାଲ ଅଫିସର୍ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଯାଇଛି। ଏହି ନୋଡାଲ୍ ଅଫିସର ରେଳ କର୍ତ୍ତୁପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ ବୋଲି କୁହାଯାଇଛି।

Comment