ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ବାହାରେ ପ୍ରାୟ ୧୨ ଲକ୍ଷ ଓଡ଼ିଆ ଅଛନ୍ତି। ରୋଜଗାର ପାଇଁ ସେମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିଲେ। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସେମାନେ ନିଜ ରାଜ୍ୟକୁ ଫେରି ଆସିବା ଭଲ ବୋଲି କହିଛନ୍ତି ରାଜ୍ୟ ସରକାର।

ଏହାସହ ଆମ ଦେଶରେ ୨୦ କୋଟି ପ୍ରବାସୀ ଅଛନ୍ତି। ୨୦୧୧ରେ ୧୪ ଲକ୍ଷ ପ୍ରବାସୀ ଥିଲେ। ଏବେ ତାହା ବଢ଼ି ୨୦ କୋଟିରେ ପହଞ୍ଚିଛି।

ଅନ୍ୟ ରାଜ୍ୟରୁ ଓଡ଼ିଶାରେ ୮ ଲକ୍ଷ ୬୦ ହଜାର ଲୋକ ଅଛନ୍ତି। ଦେଶରେ ପ୍ରତି ୧୦୦ ପରିବାରୁ ୧୨ ପରିବାର ଅନ୍ୟ ରାଜ୍ୟକୁ ରୋଜଗାର ଆଶାରେ ଯାଉଛନ୍ତି। ୯୨ ପ୍ରତିଶତ ଲୋକ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

ପ୍ରଥମ ତିନୋଟି ପର୍ଯ୍ୟାୟରେ ଓଡ଼ିଶାବାସୀ ବହୁତ ତ୍ୟାଗ ଓ ଧୈର୍ଯ୍ୟ ସହିଛନ୍ତି। ଚତୁର୍ଥ ପର୍ଯ୍ୟାୟକୁ ସମସ୍ତେ ମିଳିମିଶି ସହିବାକୁ ପଡ଼ିବ ଏବଂ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ସମବେଦନା ଦେଖାଇବାକୁ ପଡ଼ିବ।

Comment