ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ୍ ହେତୁ ଫିଲ୍ମର ସୁଟିଂ ଓ ଅନେକ ଫିଲ୍ମ ରିଲିଜକୁ ସ୍ଥଗିତ ରଖଯାଇଛି। ଠିକ୍‌ ସେହି ସମୟରେ ଡିଜିଟାଲ୍ ପ୍ଲାଟଫର୍ମରେ ଲଗାତର ଦର୍ଶକଙ୍କୁ ନୂଆ ଓ୍ୱେବ ସିରିଜ ଦେଖିବାକୁ ମିଳୁଛି। ଏହାରିମଧ୍ୟରେ ଶାହାରୁଖ ଖାନଙ୍କ ଆଗାମୀ ନେଟଫ୍ଲିକ୍ସ ୱେବ୍ ସିରିଜ୍ ‘ବେତାଲ୍’ର ଟ୍ରେଲର ରିଲିଜ୍ ହୋଇଛି।

ଟ୍ରେଲର ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହା ଏକ ହରର୍‌ ସିରିଜ୍ । ଏଥିରେ ପାଟ୍ରିକ୍ ଗ୍ରାହାମ୍ ନିର୍ଦ୍ଦେଶନା ଦେଇଛନ୍ତି। ‘ମୁକ୍କାବାଜ୍‌’ ଫେମ୍‌ ବିନୀତ କୁମାର ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ଶାହରୁଖ ଖାନଙ୍କ କମ୍ପାନି ‘ରେଡ ଚିଲିଜ୍’ ଏହି ସିରିଜ୍ ଆଣୁଛି । ‘ବାର୍ଡ ଅଫ୍ ବ୍ଲଡ୍’ ପରେ ରେଡ୍ ଚିଲିର ଏହା ହେଉଛି ଦ୍ୱିତୀୟ ୱେବ୍ ସିରିଜ୍ । ମେ‘ ୨୪ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବାକୁ ଯାଉଛି।

Comment