ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ରେଳ ଚଳାଚଳ ନେଇ ରେଳ ମନ୍ତ୍ରାଳୟ ବଡ଼ ଘୋଷଣା କରିଛି। ମେ’ ୧୨ ତାରିଖରୁ ଦିଲ୍ଲୀରୁ ଭୁବନେଶ୍ୱର ସମେତ ୧୫ଟି ସହରକୁ ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆସନ୍ତାକାଲିଠୁ ଟିକେଟ ବୁକିଂ କରିହେବ ବୋଲି ରେଳ ମନ୍ତ୍ରାଳୟ ସୂଚନା ଦେଇଛି।

ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାୱଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜମ୍ମୁ ତାୱିକୁ ଗଡ଼ିବ ଟ୍ରେନ୍‌।

ପ୍ରଥମ ପର୍ଯ୍ୟାୟ ୧୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଛି। ପରେ ଆଉ ଅଧିକ ଟ୍ରେନ୍‌ ଚଳାଚଳ କରାଯିବ।

ଆଇଆରସିଟିସି ୱେବସାଇଟ୍‌ରେ ଆସନ୍ତାକାଲି ଅପରାହ୍‌ଣ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବ। ମେ’ ୧୧ ତାରିଖ ଯାଏଁ ବୁକିଂ ଚାଲିବ। ଟିକେଟ କାଉଣ୍ଟର ଖୋଲାଯିବନି। ଯେଉଁମାନେ ଟ୍ରେନ ଯାତ୍ରା କରିବେ ସେମାନେ ଏହି ୱେବସାଇଟ୍‌ରୁ ଟିକେଟ ବୁକିଂ କରିପାରିବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment