ଓଡ଼ଶାଲାଇଭ୍‌ ବ୍ୟୁରୋ

ବଲିଉଡ ଫିଲ୍ମ ନିର୍ମାତା କରିମ ମୋରାନୀଙ୍କ ଝିଅ ଜୋଆ ମୁମ୍ବାଇର ନାଇର ହସ୍ପିଟାଲରେ ରକ୍ତ ଦାନ କରିଛନ୍ତି। କୋଭିଡ -୧୯ର ପ୍ଲାଜମା ଥେରାପି ପରୀକ୍ଷା ପାଇଁ ସେ ଏହି ରକ୍ତ ଦେଇଛନ୍ତି। ଏନେଇ ଜୋଆ ମୋରାନୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଇନଷ୍ଟାରେ ରକ୍ତଦାନ ସମୟର ଫଟୋ ପୋଷ୍ଟ କରିବା ସହିତ ଅନ୍ୟମାନଙ୍କ ବୁ ସେ ଏଥିପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।

ଜୋଆ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ନିକଟରେ ସେ ଏଥିରୁ ସୁସ୍ଥ ହୋଇଛନ୍ତି। ତାଙ୍କ ବାପା କରିମ ମୋରାନୀ ଏବଂ ଭଉଣୀ ଶଜା ମୋରାନୀ ମଧ୍ୟ କରୋନା ପଜିଟିଭ୍ ଥିଲେ। ବର୍ତ୍ତମାନ ସମସ୍ତେ ଆରୋଗ୍ୟ ଲାଭ କରିଛନ୍ତି। ଜୋଆ ମୋରାନୀଙ୍କୁ ଏପ୍ରିଲରେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା

Comment