ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ଵର ଏମ୍ସର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ ଭାବେ କ୍ଵାରେଣ୍ଟିନ ପଠାଯାଇଛି। ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ଵାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ଡାକ୍ତରମାନେ। ପରେ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଗତ କିଛିଦିନ ତଳେ ମହାରାଷ୍ଟ୍ରର ଜଣେ ଟ୍ରକ ଡ୍ରାଇଭର ଖୋର୍ଦ୍ଧାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ନମୁନା ପଜିଟିଭ୍‌ ଚିହ୍ନଟ ହୋଇଥିଲା।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ପ୍ରବାସୀ ଓଡ଼ିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ମଧ୍ୟରେ ୪ ଡାକ୍ତରଙ୍କୁ କ୍ଵାରେଣ୍ଟାନ୍‌ରେ ପଠାଯାଇଛି। ତାଙ୍କ ନମୁନା ରିପୋର୍ଟ ଆସିବା ପରେ ପଜିଟିଭ୍‌ କି ନେଗେଟିଭ୍‌ ତାହା ସ୍ପଷ୍ଟ ହେବ।

Comment