ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରାଳୟ। ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ସମସ୍ତ ନିୟମ ପାଳନ କରିବାକୁ ହେବ। ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀରୁ ୧୫ଟି ସହରକୁ ରେଳ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଏଥିପାଇଁ ଆଜି ସନ୍ଧ୍ୟାରୁ ବୁକିଂ ଆରମ୍ଭ ହେବ। ତେବେ ଏହି ରେଳ ଯାତ୍ରା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ

  • ଟ୍ରେନ କେଉଁ ରୁଟ୍‌ରେ ଚାଲିବ ଓ କେବେ ଚାଲିବ ଓ ଏନେଇ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେବ। ଏଥିପାଇଁ ରେଳ ମନ୍ତ୍ରାଳୟ କେନ୍ଦ୍ର ଗୃହମନ୍ତ୍ରାଳୟ ଓ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗ କରିବ।
  • ଟ୍ରେନ୍‌ ଟାଇମିଙ୍ଗ, ଟିକେଟ ବୁକିଂ କିପରି କରିବେ? ଷ୍ଟେସନ ଓ ଟ୍ରେନରେ କିପରି ପ୍ରବେଶ କରିବେ ଏନେଇ ରଳ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିବ।
  • ଯେଉଁମାନଙ୍କର ଇ-ଟିକେଟ ନିଶ୍ଚିତ ହୋଇଛି ସେମାନଙ୍କୁ ଷ୍ଟେସନକୁ ଆସିବାକୁ ଅନୁମତି ଦିଆଯିବ।
  • ଇ-ଟିକେଟ ଦ୍ଵାରା ଯାତ୍ରୀ ଟ୍ରେନରେ ଚଢ଼ିପାରିବେ।
  • ପ୍ରତ୍ୟେକ ରେଳ ଷ୍ଟେସନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ।
  • ପ୍ରତ୍ୟେକ ବଗିର ପ୍ରବେଶ ଓ ପ୍ରସ୍ଥାନ ବେଳେ ହ୍ୟାଣ୍ଡ ସାନିଟାଇଜରର ସୁବିଧା ରହିବ।
  • ସମସ୍ତ ଯାତ୍ରୀ ଉଭୟ ରେଳ ଷ୍ଟେସନ ଓ ଟ୍ରେନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ।
  • ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯିବ ଯାହାକୁ ରେଳ କର୍ମଚାରୀ ପାଳନ କରିବେ।
  • ଯେତେବେଳେ ଟ୍ରେନ ଏହାର ଶେଷ ଷ୍ଟେସନରେ ପହଞ୍ଚିବ ସମସ୍ତ ଯାତ୍ରୀଙ୍କୁ ସେହି ରାଜ୍ୟର ନିୟମ ପାଳନ କରିବାକୁ ପଡ଼ିବ।

କେନ୍ଦ୍ର ସରକାର ଲକ୍‌ଡାଉନ୍‌ ମଧ୍ୟରେ ମେ’ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ଟ୍ରେନ୍ ଦିଲ୍ଲୀରୁ ଦେଶର ୧୫ଟି ସହରକୁ ଯିବ, ଏଥିପାଇଁ ଆଜି ସନ୍ଧ୍ୟା ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ। ସହରଗୁଡ଼ିକ ହେଲା ଦିବ୍ରୁଗଡ, ଅଗରତାଲା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁ ତାୱି।

Comment