ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେବ ଆରମ୍ଭ ହେବ। ୨୦ ଦିନ ଭିତରେ ଖାତାଦେଖା ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରିଛି। ଏଥିପାଇଁ ଆଉ ୬ ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏଥର ୨୩ ହଜାର ଶିକ୍ଷକ ଖାତା ଦେଖିବେ ବୋଲି ବୋର୍ଡ ସମ୍ପାଦକ ନିହାର ମହାନ୍ତି ସୂଚନା ଦେଇଛନ୍ତି।

‘‘ଖାତାଦେଖା କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖାଯିବ। ୩ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ଓଡ଼ିଆ ଓ ସାମାଜିକ ବିଜ୍ଞାନ ଖାତା ଯେଉଁ ଶିକ୍ଷକମାନେ ଦେଖିବେ ସେମାନେ ସକାଳ ୮ଟାରୁ ରିପୋର୍ଟ କରିବେ। ଦିନ ୨ଟା ସୁଦ୍ଧା ଖାତା ଦେଖା ଶେଷ କରିବେ। ଇଂରାଜୀ ଓ ସାଧାରଣ ବିଜ୍ଞାନ ଖାତାଦେଖା ସକାଳ ୯ଟାରୁ ଆରମ୍ଭ ହେବ ଏବଂ ୩ଟା ସୁଦ୍ଧା ଶେଷ ହେବ। ହିନ୍ଦୀ, ସଂସ୍କୃତ ଏବଂ ଗଣିତ ଶିକ୍ଷକମାନେ ସାକଳ ସାଢ଼େ ୯ଟାରୁ ୪ଟା ଯାଏଁ ଖାତା ଦେଖିବେ’’, କହିଛନ୍ତି ନିହାର ମହାନ୍ତି।

କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଖାତା ଦେଖା କେନ୍ଦ୍ର ହୋଇନାହିଁ। ଶିକ୍ଷକମାନେ ଘରେ ବସି ଖାତା ଦେଖିବାର ବ୍ୟବସ୍ଥା ନାହିଁ।

Comment