ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠୁ ରାଜଧାନୀ ଦିଲ୍ଲୀରୁ ୧୫ଟି ସହରକୁ ଗଡ଼ିବ ଟ୍ରେନ୍। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ହେବ। ଆଇଆରସିଟିସି ୱେବସାଇଟକୁ ଯାଇ ଲୋକମାନେ ଏଥିପାଇଁ ଟିକେଟ୍ ବୁକିଂ କରିବେ। ଏନେଇ ରେଳ ମନ୍ତ୍ରଣାଳୟ ବଡ଼ ଘୋଷଣା କରିଛି।

ନୂଆଦିଲ୍ଲୀରୁ ଭୁବନେଶ୍ୱର ସମେତ ଦିବ୍ରୁଗଡ଼, ଅଗରତାଲା, ହାୱଡା, ପାଟଣା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜମ୍ମୁ ତାୱି ଆଦି ଅଞ୍ଚଳକୁ ଏହି ଟ୍ରେନ୍ ଯିବା ଆସିବା କରିବ।

ତେବେ ରେଳଷ୍ଟେସନରେ ଟିକେଟ୍ କାଉଣ୍ଟର ଖୋଲିବ ନାହିଁ। ଏଥିସହିତ ଲୋକମାନେ ମାସ୍କ ପିନ୍ଧି  ଯାତ୍ରା କରିବେ। ଷ୍ଟେସନକୁ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ସେମାନେ କରୋନା ନେଗେଟିଭ୍ ଥିବା ତେବେ ଯାଇ ସେମାନଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Comment