ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରତି ରାଜ୍ୟ ଓ ଜିଲ୍ଲାରେ ଆପଣ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଦେଖିବାକୁ ପାଇବେ। କାହିଁକି ନା ଭାରତୀୟମାନେ ନିଜର ଭଗବାନଙ୍କ ପାଇଁ ଅନେକ ମନ୍ଦିର ନିର୍ମାଣ କରିଛନ୍ତି। ପ୍ରାଚୀନ କାଳରୁ ଏହି ପରମ୍ପରା ରହିଆସିଛି। ତେବେ ଭାରତରେ ଏଭଳି କିଛି ମନ୍ଦିର ରହିଛି ଯାହା ସହ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି।

ଏଭଳି ଏକ ମନ୍ଦିର ହେଲା ତାମିଲନାଡୁର ବୃହଦେଶ୍ୱର ମନ୍ଦିର। ତାଞ୍ଜୋରଠାରେ ଥିବା ଏହି ବିଶାଳକାୟ ମନ୍ଦିରକୁ ଚୋଳ ଶାସକ ପ୍ରଥମ ରାଜରାଜ ଖ୍ରୀଷ୍ଟାବ୍ଦ ୧୦୦୩ରୁ ୧୦୧୦ ମଧ୍ୟରେ ନିର୍ମାଣ କରିଥିଲେ। ଯେଉଁ କାରଣରୁ ଏହାକୁ ରାଜରାଜେଶ୍ୱର ମନ୍ଦିର ମଧ୍ୟ କୁହାଯାଏ।

ଆଶ୍ଚର୍ଯ୍ୟର କଥା ହେଲା, ଏହି ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଗ୍ରାନାଇଟରେ ନିର୍ମାଣ କରାଯାଇଛି। ଏହା ହିଁ ଏକମାତ୍ର ମନ୍ଦିର ଯାହାକୁ ଗ୍ରାନାଇଟରେ ନିର୍ମାଣ କରାଯାଇଛି। ଏଥିସହ ନିଜର ଭବ୍ୟତା ଓ ବାସ୍ତୁଶିଳ୍ପ ମଧ୍ୟ ଏହି ମନ୍ଦିରକୁ ଅନ୍ୟ ମନ୍ଦିରଠାରୁ ଭିନ୍ନ କରି ଗଢ଼ିତୋଳିଥାଏ।

ଏହି ମନ୍ଦିର ୧୩ ମହଲା ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୬୬ ମିଟର ରହିଛି। ଏଥିସହ ଏହି ବିଶାଳକାୟ ମନ୍ଦିର ନିର୍ମାଣରେ କୌଣସି ଗମ୍ୱୁଜ ମଧ୍ୟ ନିର୍ମାଣ ହୋଇନାହିଁ। ବିନା କୌଣସି ଗମ୍ବୁଜରେ ଏହି ମନ୍ଦିର ଆଜି ପର୍ଯ୍ୟନ୍ତ ରହିଛି।

ଏଥିସହ ଏହି ମନ୍ଦିରର ଶିଖରରେ ଏକ ସ୍ୱର୍ଣ୍ଣ କଳସ ରହିଛି। ଯାହାକି ୮୦ ଟନ ଓଜନର ଏକ ପଥର ଉପରେ ସ୍ଥିତ। ତେବେ ଏତେ ଓଜନର ପଥର ଏତେ ଉଚ୍ଚକୁ ଯାଇ କିଭଳି ରଖାଗଲା ତାହା ଆଜି ବି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏପରିକି କୁହାଯାଏ ଏହି ଗମ୍ବୁଜର ଛାଇ ଭୂଇଁରେ ପଡ଼ିନଥାଏ।

Comment