ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସିଲ୍‌ ହେଲା ଭୁବନେଶ୍ଵରସ୍ଥିତ ବାପୁଜୀନଗର ମାର୍କେଟ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ବାପୁଜୀନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି। ଏନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ଜରୁରୀ ସାମଗ୍ରୀ ଦୋକାନକୁ ଛାଡ଼ି ଅନ୍ୟ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍‌ ହୋଇଛି। ମାର୍କେଟ କେତେ ଦିନ ବନ୍ଦ ରହିବ ସେନେଇ ବିଏମ୍‌ସି ନିଷ୍ପତ୍ତି ନେବ। ବର୍ତ୍ତମାନ ଏହି ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍‌ ରହିବ।

ଭୁବନେଶ୍ଵରକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ସେଥିପାଇଁ ଏଠାରେ ଲକ୍‌ଡାଉନ୍‌ ନିୟମ ପାଳନ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ନିୟମ କୋହଳ ହେବାରୁ ଏହାକୁ ଖାତିର ନକରି ଲୋକମାନେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରୁଛନ୍ତି। ତେଣୁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି।

ବର୍ତ୍ତମାନ ଭୁବନେଶ୍ଵରରେ ୫୦ କରୋନା ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୂର୍ବ ଅପେକ୍ଷା ଭୁବନେଶ୍ଵରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ବ୍ରେକ ଲାଗିଛି।

Comment