ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟରେ ଏମିତି ଏକ ଗାଁ ଅଛି ଯେଉଁଠାର ଲୋକମାନେ ମାଗଣାରେ ଗାଈ କ୍ଷୀର ବାଣ୍ଟିଥାନ୍ତି।

ବର୍ତ୍ତମାନ ମାର୍କେଟରେ କ୍ଷୀରର ଦାମ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ। ଦାମକୁ ଦେଖିଲେ କେବେ ଆପଣ ଭାବିଛନ୍ତି କି କେଉଁ ଲୋକ ଆପଣଙ୍କୁ କେବେ ମାଗଣାରେ ଗାଈ କ୍ଷୀର ଦେବେ ବୋଲି। ହେଲେ ଗୁଜୁରାଟରେ ଏମିତି ଏକ ଗାଁ ଅଛି ଯେଉଁଠାର ଲୋକମାନେ ମାଗଣାରେ ଗାଈ କ୍ଷୀର ବାଣ୍ଟିଥାନ୍ତି।

ଗୁଜୁରାଟରେ କଚ୍ଛ ଜିଲ୍ଲାରେ ଥିବା ଧୋକଡ଼ା ଗାଁରେ ଏଭଳି କିଛି ଦେଖିବାକୁ ମିଳେ। ଏଠାକାର ଅଧିକାଂଶ ଲୋକ ଗୋପାଳନ କରିଥାନ୍ତି କିନ୍ତୁ ସେମାନଙ୍କଠାରୁ ସଂଗ୍ରହ କରୁଥିବା କ୍ଷୀରକୁ ସେମାନେ କଦାପି ବିକି ନଥାନ୍ତି। ଏହି କ୍ଷୀରକୁ ସେମାନେ ଅନ୍ୟଲୋକଙ୍କୁ ବାଣ୍ଟିଦେଇଥାନ୍ତି।

ଏହି ଗାଁର ଲୋକେ କ୍ଷୀରକୁ ମାଗଣା ବାଣ୍ଟିବା ସହ ଯଦି କୌଣସି କ୍ଷୀର ବଳକା ରହିଯାଏ ତେବେ ସେମାନେ ସେଥିରୁ ଦୁଗଧଜାତ୍ ଦ୍ରବ୍ୟ ପ୍ରସ୍ତୁତ କରି ଏହାକୁ ବଜାରରେ ବିକ୍ରି କରିଥାନ୍ତି।

ବିଶ୍ୱାସ ରହିଛି ପ୍ରଦର୍ଶନ ଜଣେ ଧାର୍ମିକ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଗାଁର ଲୋକମାନେ ଗାଈ କ୍ଷୀର ବିକିବା ବନ୍ଦ କରିଦେଇଥିଲେ। ଯଦି ସେମାନେ କ୍ଷୀର ବିକନ୍ତି ତେବେ ସେମାନଙ୍କ ଗାଁକୁ ବିପଦ ପଡ଼ିବ ବୋଲି ସେହି ଧାର୍ମିକ ବାବା ଜଣକ କହିଥିଲେ।

କେତେକ ଲୋକ ସେହି ଧାର୍ମିକ ବାବାଙ୍କ କଥାକୁ  ନମାନି କ୍ଷୀର ବିକିବା ପରେ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଲା। ସେହିଦିନଠାରୁ ଏହି ଧୋକଡ଼ା ଗାଁର ଲୋକମାନଙ୍କର ବିଶ୍ୱାସ ଅଛି ଯେ, ଯଦି ସେମାନେ କ୍ଷୀର ବିକନ୍ତି ତେବେ ସେମାନଙ୍କର କ୍ଷତି ଘଟିବ। ତେଣୁ ସେମାନେ ମାଗଣାରେ ଏହି କ୍ଷୀରକୁ ବାଣ୍ଟିଦେଇଥାନ୍ତି।

Comment