ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର।

ସମ୍‌ ହସ୍ପିଟାଲରେ କୋଭିଡ୍‌-୧୯ ନମୁନା ପରୀକ୍ଷା କରିବା ପାଇଁ ଇଣ୍ଡିଆନ୍‌ କାଉନସିଲ୍‌ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)କୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଆଇସିଏମ୍‌ଆର୍‌ ଗ୍ରହଣ କରିଛି।

‘‘ସମ୍‌ ହସ୍ପିଟାଲ ଆଣ୍ଡ ମେଡିକାଲ କଲେଜ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନରେ ଏହି ହସ୍ପିଟାଲ ଆଣ୍ଡ ମେଡିକାଲ କଲେଜ ରହିଛି। ୧୦୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ କୋଭିଡ୍‌-୧୯ ନମୁନା ପରୀକ୍ଷା ହେବାକୁ ଯାଉଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ’’, କହିଛନ୍ତି ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର।

ମୋଲେକୁଲାର ଆର୍‌ଏନ୍‌ଏ ଭାଇରୋଲୋଜି ଲାବୋରେଟୋରୀରେ ଏହି ନମୁନା ପରୀକ୍ଷା କରାଯିବ। ପ୍ରତିଦିନ ୩୦୦ ନମୁନା ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରହିଥିବା ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲର ରିସର୍ଚ୍ଚ ନିର୍ଦ୍ଦେଶକ ଡାକ୍ତର ଜୟଶଙ୍କର ଦାସ ସୂଚନା ଦେଇଛନ୍ତି।

ମୋଲେକୁଲାର ଆର୍‌ଏନ୍‌ଏ ଭାଇରୋଲୋଜି ଲାବୋରେଟୋରୀ ପାଇଁ ଚଳିତ ମାସ ଆରମ୍ଭରୁ ଏନ୍‌ଏବିଏଲ୍‌ ଅନୁମତି ଦେଇଛି।

ସମ୍‌ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଚିକିତ୍ସା ପାଇଁ ୫୫୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏହାସହ ତାଳଚେର ଏବଂ କେନ୍ଦ୍ରାପଡ଼ାରେ ବି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।

Comment