ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ରଥଯାତ୍ରା ଉପଲକ୍ଷେ ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଓ ବିଚାରପତି ଏସକେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜନୈକ ବିଭୂତି ଭୂଷଣ ଚୌଧୁରୀଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଆଡଭୋକେଟ ଅଶୋକ ଚୌଧୁରୀ କୋର୍ଟରେ କହିଥିଲେ ଯେ, ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ଓ ଠିକ ସମୟରେ ଏହା ସମ୍ପନ୍ନ ହେବ।

ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ଚାଲିଥିବାରୁ ରଥ ଖଳାରେ କାମ ଚାଲି ପାରିବ କି ନାହିଁ ସେ ନେଇ ରାଜ୍ୟ ସରକାର କେନ୍ଦ୍ରଙ୍କ ଅନୁମତି ମାଗିଥିଲେ ଓ କେନ୍ଦ୍ର ଅନୁମତି ପ୍ରଦାନ କରିବା ସହ କହିଥିଲେ ଯେ ରଥଯାତ୍ରା ହେବ କି ନା ସେହି ନିଷ୍ପତ୍ତି ଓଡ଼ିଶା ସରକାର ନେବେ। ଏ ବର୍ଷ ଜୁନ ୨୩ ରେ ରଥଯାତ୍ରା ଅନୁଷ୍ଠିତ ହେବା କଥା କିନ୍ତୁ ଏ ନେଇ କିଛି ନିର୍ଦ୍ଦିଷ୍ଟତା ଆଖିରେ ପଡୁନାହିଁ।

Comment