ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ
  • ୧୫ ତାରିଖ ସୁଦ୍ଧା ଅବପାତର ରୂପ ନେବ ଲଘୁଚାପ
  • ବାତ୍ୟା କେଉଁ ଉପକୂଳ ଦେଇ ଗତି କରିବ ସ୍ପଷ୍ଟ ହୋଇନି
  • ୧୭ ତାରିଖ ଯାଏଁ ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ
  • ୧୫ ତାରିଖରୁ ସମୁଦ୍ର ଅଶାନ୍ତ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ୧୫ ତାରିଖ ସୁଦ୍ଧା ଲଘୁଚାପ ଅବପାତର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଥିବା ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ୧୬ ତାରିଖ ସୁଦ୍ଧା ଝଡ଼ବାତ୍ୟାର ରୂପ ନେବ।

ଏହି ଝଡ଼ବାତ୍ୟା ପ୍ରଥମେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ। ତେବେ ବାତ୍ୟା କେଉଁ ଉପକୂଳ ଦେଇ ଗତି କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଓଡ଼ିଶା ଉପରେ ଏବେ କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଣ୍ଡାମାନ ସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ୧୭ ତାରିଖ ଯାଏଁ ତାର ପ୍ରଭାବ ଓଡ଼ିଶା ଉପରେ ନାହିଁ। ବାତ୍ୟା ଅଧିକ ଘନୀଭୂତ ହେଲେ ହିଁ ତାର ରୂପରେଖ ଉପରେ ସଠିକ୍‌ ଆକଳନ କରାଯାଇ ପାରିବ।

୧୫ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ଯେଉଁମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି ସେମାନେ ୧୫ ତାରିଖ ପୂର୍ବରୁ ଫେରି ଆସିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି।

Comment