ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଭିତରେ ଅଛି ପାକିସ୍ତାନ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଭାରତ ଭିତରେ ଏମିତି ଏକ ଗାଁ ଅଛି ଯାହାର ନାଁ ହେଲା ପାକିସ୍ତାନ। ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଅଛି ଏହି ପାକିସ୍ତାନ ନାମକ ଗାଁ। ଜିଲ୍ଲାର ମୁଖ୍ୟାଳୟରୁ ଏହି ଗାଁର ଦୂରତା ହେବ ମାତ୍ର ୩୦ କିଲୋମିଟର।

ତେବେ ଭାରତ ଭଳି ଦେଶରେ ପାକିସ୍ତାନ ନାଁରେ କିଭଳି ଗୋଟିଏ ଗାଁ ରହିପାରିଲା। ତାହା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ଏହା ପଛର କାରଣ ହେଲା ଯେତେବେଳେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ଦେଶରେ ବାଣ୍ଟି ହେଲେ ସେଠାରେ ରହୁଥିବା ମୁସଲମାନ ଲୋକମାନେ ପାକିସ୍ତାନ ଚାଲିଯାଇଥିଲେ। ନିଜ ଜାଗା ଛାଡ଼ି ପାକିସ୍ତାନ ଚାଲିଯାଇଥିବା ସେହି ଲୋକମାନଙ୍କ ଉଦ୍ଦେଶ୍ୟରେ ସେହି ଗାଁର ନାଁ ପାକିସ୍ତାନ ରଖାଯାଇଥିଲା।

ବର୍ତ୍ତମାନ ଏହି ଗାଁରେ ପ୍ରାୟ ୧୨ ହଜାର ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାନ୍ତାଳ ଆଦିବାସୀ ସଂପ୍ରଦାୟର। ତେବେ ସାଧାରଣ ଅଞ୍ଚଳଠାରୁ ଏହି ଗାଁ ବହୁତ ଅନୁନ୍ନତ ଅବସ୍ଥାରେ ରହିଛି। ଗାଁରେ ଏବେ ବି କୌଣସି ପ୍ରକାର ସରକାରୀ ସୁବିଧା ଓ ସ୍ୱାସ୍ଥ୍ୟ ସୁବିଧା ମିଳିପାରୁନାହିଁ। ଏଠାରେ ଶିକ୍ଷାର ମଧ୍ୟ ଗୁରୁତର ଅଭାବ ଦେଖିବାକୁ ମିଳିଥାଏ। ଏଠାକାର ଲୋକ ଠିକ୍ ଭାବେ ହିନ୍ଦୀ ମଧ୍ୟ କହିପାରିନଥାନ୍ତି।

Comment