ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲଗାତାର ଦ୍ୱିତୀୟ ଦିନର ପ୍ରେସମିଟ୍। ଜାଣନ୍ତୁ, ପ୍ରତିଟି ଅପଡେଟ୍…

  • ନାବାର୍ଡ ସାହାଯ୍ୟରେ ଚାଷୀଙ୍କୁ ୩୦,୦୦୦ କୋଟିର ଅତିରିକ୍ତ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ୩ କୋଟି କ୍ଷୁଦ୍ର ଓ ମଧ୍ୟମ ଚାଷୀ ଲାଭବାନ ହେବେ : ଅର୍ଥମନ୍ତ୍ରୀ
  • କ୍ୟାମ୍ପା ପାଣ୍ଠି ବ୍ୟବହାର କରି ୬୦୦୦ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଫଳରେ ଆଦିବାସୀ ଏବଂ ଜନଜାତି ଗୋଷ୍ଠୀଙ୍କ ପାଖରେ ସିଧାସଳଖ ଟଙ୍କା ପହଞ୍ଚିପାରିବ: ନିର୍ମଳା ସୀତାରମଣ
  • ୨୦୧୭ରେ ବାର୍ଷିକ ୬-୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ମିଡିଲ୍ ଇନକମ୍ ଗ୍ରୁପ୍ କ୍ରେଡିଟ୍ ଲିଙ୍କ୍ ସବସିଡି ଯୋଜନା ଆରମ୍ଭ କରାଯାଇଥିଲା। ଏହାକୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରଖାଯାଇଥିଲା। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏହାଦ୍ୱାରା ୨.୫ ଲକ୍ଷ ଲୋକ ଲାଭ ପାଇବେ।
  • ରାସ୍ତାଘାଟ ହକର, ବୁଲା ବିକାଳୀ ଏବଂ ହସ୍ତତନ୍ତ କରୁଥିବା ଲୋକଙ୍କ ପାଇଁ ୫ ହଜାର କୋଟି ଟଙ୍କା ସୁବିଧା ରହିଛି। ଯେଉଁମାନେ ଡିଜିଟାଲ୍ ପେମେଣ୍ଟ୍ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ଏହାଦ୍ୱାରା ୫୦ ଲକ୍ଷ ଲୋକ ଉପକୃତ ହେବେ : ଅନୁରାଗ ଠାକୁର
  • ମୁଦ୍ରା ଶିଶୁ ଲୋନ୍ ନେଇଥିବା ବ୍ୟକ୍ତିମାନଙ୍କୁ ୧୫ ଶହ କୋଟି ଟଙ୍କାର ଲାଭ ମିଳିବ।
  • ପ୍ରବାସୀ ଶ୍ରମିକ ଏବଂ ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଅଧୀନରେ ଭଡାଗୃହ ଯୋଜନା ଆରମ୍ଭ ହେବ। ଏହା ସାହାଯ୍ୟରେ ଗରିବ ଲୋକଙ୍କୁ କମ ଦାମରେ ରହିବାକୁ ମିଳିପାରିବ: ଅର୍ଥମନ୍ତ୍ରୀ
  • ସରକାର ବହୁତ ଶୀଘ୍ର ‘ଏକ ଦେଶ ଏକ ରାସନ କାର୍ଡ’ ଲାଗୁ କରିବାକୁ ଯାଉଛନ୍ତି। ଏହାଫଳରେ ପ୍ରବାସୀ ଶ୍ରମିକମାନେ ଲାଭବାନ ହେବେ।
  • ପ୍ରବାସୀ ଶ୍ରମିକମାନଙ୍କ ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ୫ କେଜି ଚାଉଳ ଏବଂ ଏକ କିଲୋଗ୍ରାମ ଡାଲି ଦିଆଯିବ।
  • ପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ପାଇଁ ମାଗଣା ଖାଦ୍ୟ ଦିଆଯିବ।
  • ସବୁ ଶ୍ରମିକମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯିବ : ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର
  • ଯେଉଁଠାରେ ଶ୍ରମିକମାନେ ବିପଜ୍ଜନକ ସ୍ଥାନରେ କାର୍ଯ୍ୟ କରୁଛନ୍ତି ସେମାନେ ESIC କରିବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନା ସବୁ ସ୍ଥାନରେ ପ୍ରୟୋଗ ହେବ।
  • ଯେଉଁ ଅନୁଷ୍ଠାନରେ ୧୦ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି, ସେମାନେ ESIC ମାଧ୍ୟମରେ ଲାଭବାନ ହେବେ।
  • ଲୋକମାନଙ୍କୁ କୌଣସି ଏଜେନ୍ସି ନୁହେଁ ବରଂ ସିଧାସଳଖ କାମ ଯୋଗାଇ ଦିଆଯିବ। ଯାହାଫଳରେ ଶ୍ରମିକମାନେ ଫାଇଦା ପାଇବେ: ଅର୍ଥମନ୍ତ୍ରୀ
  • ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗା ସାହାଯ୍ୟରେ କାମ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
  • ଶ୍ରମିକମାନଙ୍କର ହାରାହାରି ବେତନ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟ ସମୟ ମଧ୍ୟ ବୃଦ୍ଧି କରାଯାଇଛି : ଅର୍ଥମନ୍ତ୍ରୀ
  • କେନ୍ଦ୍ର ସରକାରଙ୍କ ସହାୟତାରେ ସାରା ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ୩ କୋଟି ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରିଛନ୍ତି।
  • ସହରାଞ୍ଚଳର ଗରିବ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା କରୁଛନ୍ତି, ଏଥିପାଇଁ ୧୧ ହଜାର କୋଟି ଟଙ୍କା ଦିଆଯାଇଛି : ଅର୍ଥମନ୍ତ୍ରୀ
  • ମେ ୩୧ ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ସୁଧ ଛାଡ୍ କଲେ ସରକାର : ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର
  • ଗତ ୨ ମାସ ମଧ୍ୟରେ ୨୫ ଲକ୍ଷ ଚାଷୀଙ୍କୁ କ୍ରେଡିଟ କାର୍ଡ ଦିଆଯାଇଛି। ଏଥିରେ ସେମାନଙ୍କୁ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି : ଅର୍ଥମନ୍ତ୍ରୀ
  • ୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ୍ କରାଯାଇଛି : ଅର୍ଥମନ୍ତ୍ରୀ
  • ପ୍ରବାସୀ ଶ୍ରମିକ, ହକର ଏବଂ କ୍ଷୁଦ୍ର ଚାଷୀଙ୍କ ବିଷୟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ।
  • ଗତକାଲି ଅର୍ଥମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ନେଇ ପ୍ୟାକେଜ ଘୋଷଣା କରିଥିଲେ।
  • ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଲଗତାର ଦ୍ୱିତୀୟ ଦିନରେ ପ୍ରେସମିଟ୍ କରୁଛନ୍ତି ଅର୍ଥମନ୍ତ୍ରୀ।

Comment