ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ ମହାସଙ୍କଟ ମଧ୍ୟରେ ଏବେ ରାଜଧାନୀ ଦିଲ୍ଲୀରୁ ବିଭିନ୍ନ ସହରକୁ ଟ୍ରେନ୍ ଆରମ୍ଭ ହୋଇଛି। ତା’ସହିତ ଦେଶର ବିଭିନ୍ନ ଅଞ୍ଚଳକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ମଧ୍ୟ ଯିବା ଆସିବା କରୁଛି। ଏହାରି ମଧ୍ୟରେ ରେଲୱେ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଟିକେଟକୁ ବାତିଲ୍ କରିଦେଇଛି।

ଦେଶରେ ଲକଡାଉନ୍ କାରଣରୁ ଟ୍ରେନ୍ ସେବା ବନ୍ଦ ରହିଥିଲା। ତେବେ ଲକଡାଉନ୍ ପୂର୍ବରୁ ଯେଉଁ ଲୋକମାନେ ଆଗୁଆ ଟିକେଟ ବୁକିଂ କରିଥିଲେ ତା ମଧ୍ୟରୁ ଜୁନ୍ ୩୦ ପର୍ଯ୍ୟନ୍ତ ଟିକେଟକୁ ବାତିଲ୍ କରିଦିଆଯାଇଛି। ଏଥିସହ ଯାତ୍ରୀମାନଙ୍କ ଟଙ୍କା ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ରିଫଣ୍ଡ କରିଦିଆଯାଇଛି ବୋଲି ରେଲୱେ କହିଛି।

ତେବେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରୁ ସ୍ପେଶାଲ ଟ୍ରେନ୍ ଓ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯିବା ଆସିବା ଜାରି ରହିବ ବୋଲି ରେଳବିଭାଗ କହିଛି।

ମେ ୧୨ ତାରିଖରୁ ରେଲୱେ ସାରା ଦେଶରେ ୧୫ ଯୋଡ଼ା ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରମୁଖ ସହରକୁ ଟ୍ରେନ୍ ଚଳାଚଳ କରିବ। ସେହିପରି ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଛନ୍ତି।

Comment