ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଆପଣ ଅନେକ ବିଶାଳକାୟ ବୃକ୍ଷ ଦେଖିବାକୁ ପାଇଥିବେ। ଯାହାର ଆକାର ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। ତେବେ ଭାରତରେ ଏଭଳି ଏକ ବରଗଛ ଅଛି ଯାହାକୁ ବିଶ୍ୱରେ ସବୁଠୁ ବଡ଼।

କୋଲକାତାର ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଟାନିକାଲ୍ ଗାର୍ଡେନରେ ଏହି ବରଗଛଟି ଦେଖିବାକୁ ମିଳିଥାଏ। ୧୭୮୭ ମସିହାରେ ଏହି ଗଛଟି ସେଠାରେ ଲଗାଯାଇଥିଲା। ବର୍ତ୍ତମାନ ଏହା ଏତେ ବଡ଼ ହୋଇଯାଇଛି ଯେ କେବଳ ଏହି ଗୋଟିଏ ଗଛ ଏକ ବଡ଼ ଜଙ୍ଗଲ ଭଳି ଦେଖାଯାଇଥାଏ।

୧୪ ହଜାର ୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଗଛର ଉଚ୍ଚତା ହେଲା ୨୪ ମିଟର। ଏହି ଗଛର ୩ ହଜାରରୁ ଅଧିକ ଶାଖା ରହିଥିବାବେଳେ ବର୍ତ୍ତମାନ ପ୍ରତିଟି ଶାଖା ଏକ ପ୍ରକାର ଗଛ ହୋଇ ଛିଡ଼ା ହୋଇଛି।

୧୯୮୪ ଓ ୧୯୨୫ରେ ଝଡ଼ତୋଫାନ କାରଣରୁ ଏହି ଗଛର କିଛିଟା କ୍ଷତି ହୋଇଥିଲା। ତେବେ ମଧ୍ୟ ଏହି ଗଛ ସେହିଭଳି ଛିଡ଼ା ହୋଇରହିଛି। ଏହାକୁ ଏକ ୧୩ ଜଣିଆ ଟିମ୍ ଦେଖାଶୁଣା କରିଥାନ୍ତି।

Comment