ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଷଷ୍ଠ ସପ୍ତାହର (୭ରୁ ୧୩, ମେ’ ୨୦୨୦) ଫଳାଫଳ।

ମହାମାରୀ କରୋନା ସଂକ୍ରମଣର ଭୟ ଏବଂ ଲକ୍‌ଡାଉନ୍ ସମୟରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ଷଷ୍ଠ ସପ୍ତାହର (୭ରୁ ୧୩, ମେ’ ୨୦୨୦) ଫଳାଫଳ ପ୍ରକାଶ ପାଇଛି। ଆସନ୍ତୁ ସଫଳ ପ୍ରତିଯୋଗୀମାନଙ୍କ ନାମ ତାଲିକା ଉପରେ ଏକ ନଜର ପକାଇବା।

ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତା

୧୦ ବୟସ ବର୍ଗ: ହିତେଶ କୁମାର ପଣ୍ଡା, ଦେବଗଡ଼ (ପ୍ରଥମ)। ଦେବଂଶୀ ମହାନ୍ତି, ଖୋର୍ଦ୍ଧା (ଦ୍ଵିତୀୟ)। ଇପ୍ସିତା ଚଟରାଜ, ଯାଜପୁର (ତୃତୀୟ)।

୧୧୧୫ ବୟସ ବର୍ଗ: କୌଶିକ କୁମାର ହୋତା, ମୟୂରଭଞ୍ଜ (ପ୍ରଥମ)। ଆଦ୍ୟାଶା ମିଶ୍ର, ଭୁବନେଶ୍ୱର(ଦ୍ଵିତୀୟ)। ଆଇସା ପଣ୍ଡା, ଭୁବନେଶ୍ୱର(ତୃତୀୟ)।

୧୬୧୮ ବୟସ ବର୍ଗ: ରାକେଶ ବାରିକି, ଖୋର୍ଦ୍ଧା (ପ୍ରଥମ)। ସ୍ୱସ୍ତିକା ରଥ, ଭୁବନେଶ୍ୱର (ଦ୍ଵିତୀୟ)। ନରୋତ୍ତମ ସାହୁ, ସମ୍ବଲପୁର (ତୃତୀୟ)। ଭନ୍‌ସିକା, ପଞ୍ଜାବ (ସ୍ପେଶାଲ୍ ମେନସନ)।

କବିତା ପ୍ରତିଯୋଗିତା (ଓଡ଼ିଆ)

୧୦ ବୟସ ବର୍ଗ: ଆରାଧ୍ୟା ମହାପାତ୍ର, କଟକ (ପ୍ରଥମ)। ଦେବଂଶୀ ମହାନ୍ତି, ଖୋର୍ଦ୍ଧା (ଦ୍ଵିତୀୟ)।

୧୧୧୫ ବୟସ ବର୍ଗ: ଆକାଂକ୍ଷା ଦାସ, ନୟାଗଡ଼ (ପ୍ରଥମ)। ଜୁବୁଲି ବାରିକ, ଝାରସୁଗୁଡ଼ା (ଦ୍ଵିତୀୟ)। ସୌରଭ କୁମାର ସାହୁ, ପୁରୀ (ତୃତୀୟ)।

୧୬୧୮ ବୟସ ବର୍ଗ: ଆୟୁଷ୍ମାନ ଦାସ, ବରଗଡ଼ (ପ୍ରଥମ)। ସୌମ୍ୟରଞ୍ଜନ ଦୀକ୍ଷିତ, କଟକ (ଦ୍ଵିତୀୟ)। ପ୍ରିୟଙ୍କା ବିଶ୍ୱାଳ, ଯାଜପୁର (ତୃତୀୟ)।

କ୍ଷୁଦ୍ର ଗଳ୍ପ ପ୍ରତିଯୋଗିତା (ଓଡ଼ିଆ)

୧୧୧୫ ବୟସ ବର୍ଗ: କୁମାରୀ ଅନୁଷ୍କା ରଥ, ଭୁବନେଶ୍ୱର (ପ୍ରଥମ)। ସ୍ମୃତି ସୁଧା ସ୍ୱାଇଁ, ଭୁବନେଶ୍ଵର (ଦ୍ଵିତୀୟ)। ଜ୍ୟୋସ୍ନାରାଣୀ ଜେନା, ଖୋର୍ଦ୍ଧା (ତୃତୀୟ)।

୧୬୧୮ ବୟସ ବର୍ଗ: ସ୍ରିଷ୍ଟି ଷଡ଼ଙ୍ଗୀ, ଭୁବନେଶ୍ୱର (ପ୍ରଥମ)। ଯାଜ୍ଞସେନୀ ପଟେଲ, କଳାହାଣ୍ଡି (ଦ୍ଵିତୀୟ)।

ମୋ ପ୍ରତିଭା’ କାର୍ଯ୍ୟକ୍ରମ କାହିଁକି?

କରୋନା ମହାମାରୀ ସମୟରେ ପିଲାମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟକ୍ରମ ସହ ଜଡ଼ିତ ରଖିବା ଲକ୍ଷ୍ୟରେ କିଛିଦିନ ତଳେ ଆରମ୍ଭ ହୋଇଛି ‘ମୋ ପ୍ରତିଭା’ ପ୍ରତିଯୋଗିତା। କୋମଳମତି ଶିଶୁ ତଥା କିଶୋରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ତଥା ୟୁନିସେଫ୍‌ର ମିଳିତ ଉଦ୍ୟମରେ ଏହି ଗଠନମୂଳକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟ ସହଯୋଗର ହାତ ବଢ଼ାଇଛି।

୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା ରଚନା ଏବଂ ଗଳ୍ପ ରଚନା ଭଳି ପ୍ରତିଯୋଗିତା ଆୟୋଜନ କରାଯିବା ଫଳରେ ଲକ୍‌ଡାଉନ୍‌ ସମୟରେ ଘର ଭିତରେ ଆବଦ୍ଧ ରହି ଉଦାସ ହୋଇ ଯାଉଥିବା ପିଲାଙ୍କ ମୁହଁରେ ହସ ଫୁଟିପାରିଛି।

ଏହି ଅନ୍‌ଲାଇନ୍ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରି ମୋ ପ୍ରତିଭା କାର୍ଯ୍ୟକ୍ରମକୁ ସଫଳ କରିପାରିଛନ୍ତି। ସେମାନଙ୍କ ପାଖରୁ ୧୦ ହଜାରରୁ ଅଧିକ ସଂଖ୍ୟକ ସୃଜନଶୀଳ କୃତୀ, ଯେପରିକି ଚିତ୍ରକଳା, ପୋଷ୍ଟର, ସ୍ଳୋଗାନ୍, କ୍ଷୁଦ୍ରଗଳ୍ପ ଓ କବିତା ଆଦି ସରକାରଙ୍କ ପାଖରେ ପହଞ୍ଚିଛି।

ଏହି ପ୍ରତିଯୋଗିତାକୁ ତିନୋଟି ବିଷୟରେ ବିଭକ୍ତ କରାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ରୁ ୧୦ ବର୍ଷ, ୧୧ରୁ ୧୫ ବର୍ଷ ଏବଂ ୧୬ରୁ ୧୮ ବର୍ଷ – ଏହିପରି ତିନୋଟି ବର୍ଗ ରହିଛି। ତା’ ସାଙ୍ଗକୁ ସ୍ପେଶାଲ୍ ମେନସନ୍ ବର୍ଗ ମଧ୍ୟ ରଖାଯାଇଛି। ସେହିପରି କବିତା ରଚନା (ଓଡ଼ିଆ) ବିଷୟରେ ୫ରୁ ୧୦, ୧୧ରୁ ୧୫ ଏବଂ ୧୬ରୁ ୧୮ – ଏହିପରି ବୟସ ଅନୁସାରେ ତିନୋଟି ବର୍ଗ ରଖାଯାଇଛି। କ୍ଷୁଦ୍ରଗଳ୍ପ ରଚନା (ଓଡ଼ିଆ) ବିଷୟରେ ଦୁଇଟି ବର୍ଗ ରଖାଯାଇଛି। ସେଗୁଡ଼ିକ ହେଲା ୧୧ରୁ ୧୫ ବର୍ଷ ଏବଂ ୧୬ରୁ ୧୮ ବର୍ଷ।

‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିଯୋଗୀମାନଙ୍କୁ ମୁଖ୍ୟତଃ ଦୁଇଟି ବିଷୟ ଦିଆଯାଇଥିଲା। ସେଗୁଡ଼ିକ ହେଲା ‘ଲକଡାଉନରେ ଘରେ ରହିବାର ଅନୁଭବ’ ଏବଂ ‘ଜଣେ ଯୁବ ନାଗରିକ ଭାବେ କରୋନା ସମୟରେ ମୋର କର୍ତ୍ତବ୍ୟ’। ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ଉତ୍ସାହର ସହ ବହୁ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ବର୍ତ୍ତମାନ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟରତ ଡାକ୍ତର, ପୋଲିସ୍ ଏବଂ ସଫେଇ କର୍ମଚାରୀଙ୍କ ନିସ୍ଵାର୍ଥପର ସେବା ଆଦି କଥା ଏହି ସାନ ସାନ ପିଲାଙ୍କ ସର୍ଜନାତ୍ମକ ମନ ଓ ତୂଳୀରେ ବେଶ୍ ସୁନ୍ଦର ଭାବେ ଉପସ୍ଥାପିତ ହୋଇପାରିଛି।

ମୁଁ କେମିତି ଭାଗ ନେବି?

ଏହି ପ୍ରତିଯୋଗିତାରେ ୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ କିଶୋର କିଶୋରୀମାନେ ଭାଗ ନେଇପାରିବେ। ପ୍ରତିଯୋଗୀମାନେ ସେମାନଙ୍କ ନିଜସ୍ଵ କୃତୀକୁ ୭୬୫୭୦୩୯୮୯୧ ହ୍ଵାଟସଆପ୍ ନମ୍ବରରେ ପଠାଇପାରିବେ। ସେହିପରି ପ୍ରତିଯୋଗୀମାନେ info@sportsodisha.gov.in ଇମେଲ୍ ଆଇଡିକୁ ମଧ୍ୟ ପଠାଇ ପାରିବେ।

ମୋ ପ୍ରତିଭା ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ପ୍ରତିଯୋଗୀ ତଥା ସେମାନଙ୍କ ଅଭିଭାବକମାନେ www.sportsodisha.gov.in କିମ୍ବା www.wcdodisha.gov.inୱେବସାଇଟକୁ ଯାଇପାରିବେ।

Comment