ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲଗାତାର ତୃତୀୟ ପ୍ରେସମିଟ୍। ଜାଣନ୍ତୁ ପ୍ରତିଟି ଅପଡେଟ୍ live…

  • କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ପାଇଁ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ ଅଣାଯିବ। ଏହାଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ।
  • ମହୁମାଛି ଚାଷର ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ୫୦୦ କୋଟି ଟଙ୍କାର ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ୨ ଲକ୍ଷ ମହୁମାଛି ଚାଷୀ ଉପକୃତ ହେବେ ଏବଂ ସେମାନଙ୍କର ଆୟ ବୃଦ୍ଧି ପାଇବ।

  • ପଶୁପାଳନର ଭିତ୍ତିଭୂମି ସୁଦୃଢ଼ କରିବାକୁ ୧୫ ହଜାର କୋଟି ଟଙ୍କାର ଫଣ୍ଡ ବଣ୍ଟାଯାଇଛି। ଯାହାର ଫାଇଦା କୃଷକମାନଙ୍କୁ ମିଳିବ।
  • ଦେଶର ୫୩ କୋଟି ଗାଇଗୋରୁଙ୍କୁ ଟୀକାକରଣ କରାଯିବ। ଏଥିରେ ମୋଟ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ।
  • ଆଗାମୀ ପାଞ୍ଚ ବର୍ଷରେ ୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଜୀବୀମାନଙ୍କ ଡଙ୍ଗାର ମଧ୍ୟ ବୀମା କରାଯିବ ବୋଲି କହିଲେ ଅର୍ଥମନ୍ତ୍ରୀ।

  • ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୨୦ ହଜାର କୋଟି ଟଙ୍କା ଦିଆଯିବ। ଏଥିମଧ୍ୟରୁ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ୯ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଏହି ଯୋଜନା ମାଧ୍ୟମରେ ମତ୍ସ୍ୟ ବିଭାଗରେ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
  • ମାଇକ୍ରୋ ଫୁଡ୍ ଏଣ୍ଟରପାଇପ୍ରାଇଜସ ପାଇଁ ୧୦ ହଜାର କୋଟି ଟଙ୍କାର ଫଣ୍ଡ ଘୋଷଣା କଲେ କେନ୍ଦ୍ର ସରକାର।
  • କୃଷିର ଭିତ୍ତିଭୂମି ବିକାଶ ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କା ଦେବେ। ଏଗ୍ରିଗେଟର୍, ଏଫପିଓ, ଶୀତଳ ଭଣ୍ଡାରର ଭିତ୍ତିଭୂମି ବିକାଶ ପାଇଁ ଏହି ଟଙ୍କା ଦିଆଯିବ : ଅର୍ଥମନ୍ତ୍ରୀ
  • ୨ ମାସ ମଧ୍ୟରେ କୃଷକମାନଙ୍କୁ ୬୪୦୦ କୋଟି ଟଙ୍କା ମୂଲ୍ୟର ଫସଲ ବୀମା ପ୍ରଦାନ କରାଯାଇଛି।

  • ପ୍ରଧାନମନ୍ତ୍ରୀ କିଷାନ ପାଣ୍ଠି ସାହାଯ୍ୟରେ ଚାଷୀଙ୍କୁ ୧୮,୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
  • ଲକଡାଉନରେ ସର୍ବନିମ୍ନ ସହାୟତା ମୂଲ୍ୟ ଯୋଗାଇବା ପାଇଁ ୭୪,୩୦୦ କୋଟି ଟଙ୍କା ମୂଲ୍ୟର କୃଷିଜାତ ଦ୍ରବ୍ୟ କ୍ରୟ କରାଯାଇଥିଲା: ଅର୍ଥମନ୍ତ୍ରୀ
  • ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର। ତେଣୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କର କଲ୍ୟାଣ ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି: ଅର୍ଥମନ୍ତ୍ରୀ
  • ଆଜି କୃଷି, ଗୋପାଳନ ଓ ମତ୍ସ୍ୟଚାଷକୁ ନେଇ ପ୍ୟାକେଜ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ।
  • ପୂର୍ବରୁ ଅର୍ଥମନ୍ତ୍ରୀ ଏମ୍ଏସ୍ଏମ୍ଇ,ପ୍ରବାସୀ ଶ୍ରମିକ ଓ କୃଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା କରିସାରିଛନ୍ତି।
  • ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଲଗାତାର ତୃତୀୟ ଦିନରେ ବିସ୍ତୃତ ରିପୋର୍ଟ ପ୍ରଦାନ କରୁଛନ୍ତି।
  • ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।

Comment