ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତକିଛି ଦିନ ହେବ ସୋସିଆଲ ମିଡିଆରେ କରୋନା ଭାଇରସ ଓ ଲକ୍‌ଡାଉନ୍‌ ବ୍ୟତୀତ ଆଉ ଏକ ବିଷୟ ମଧ୍ୟ ଖୁବ ଟ୍ରେଣ୍ଡ କରୁଛି। ତାହା ହେଉଛି ୟୁଟୁବ୍‌ ବନାମ ଟିକ୍‌ଟକ୍‌। ଏହି ଦୁଇଟି ହେଉଛି ଭିଡିଓ ବ୍ଲଗିଂ ସାଇଟ, ହେଲେ ଏହି ଦୁଇଟି ସାଇଟ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। କିନ୍ତୁ ଏହାକୁ ନେଇ ବିବାଦ କାହିଁକି ଆରମ୍ଭ ହୋଇଛି? ବର୍ତ୍ତମାନ ଟୁଇଟରରେ କାହିଁକି ଜଷ୍ଟିସ ଫର କ୍ୟାରିମିନତୀ ଟ୍ରେଣ୍ଡ କରୁଛି?

କ’ଣ ଏହି ବିବାଦ?

କେତେକ ୟୁଟୁବର୍ସ ୟୁଟୁବରେ ଟିକ୍‌ଟିକ୍‌ ବ୍ୟବହାରକାରୀଙ୍କୁ ସମାଲୋଚନା କରିଥାନ୍ତି। ଏହାକୁ ନେଇ ଟିକ୍‌ଟକ୍‌ ବ୍ୟବହାରକାରୀ ଆମୀର ସିଦ୍ଧିକି ଇନଷ୍ଟାଗ୍ରାମରେ ଏକ ଭିଡିଓ ଫୋଷ୍ଟ କରିଥିଲେ ଯେଉଁଥିରେ ସେ ୟୁଟୁବର୍ସମାନଙ୍କୁ ବହୁତ ଖରାପ ବୋଲି କହିଥିଲେ। ସେ ଏହି ଭିଡିଓକୁ ଅନେକ ଲୋକଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଏଥିରେ ଅସନ୍ତୁଷ୍ଟ ହୋଇ କ୍ୟାରିମିନତୀ ଗତ ସପ୍ତାହରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଆମିର ସିଦ୍ଦିକିଙ୍କ ସମେତ ଅନେକ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କୁ ସମାଲୋଚନା କରିଥିଲେ। କ୍ୟାରିମିନତୀଙ୍କ ଏହି ଭିଡିଓ ଅନେକ ମାତ୍ରାରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା।

ଏହାପରେ ଆମିର ସିଦ୍ଦିକି ଇନଷ୍ଟାଗ୍ରାମରୁ ତାଙ୍କ ଭିଡିଓ କାଟି ଦେଇଥିଲେ। ବିବାଦ ଆଗକୁ ବଢୁଥିବାରୁ କ୍ୟାରିମିନତୀ ମଧ୍ୟ ତାଙ୍କ ଭିଡିଓକୁ ୟୁଟୁବରୁ କାଟି ଦେଇଥିଲେ।

କ୍ୟାରିମିନତୀ ଓ ଆମିର ସିଦ୍ଦିକି କିଏ?

କ୍ୟାରିମିନତୀ ହେଉଛନ୍ତି ଜଣେ ୟୁଟୁବର। ତାଙ୍କ ପ୍ରକୃତ ନାଁ ହେଉଛି ଅଜୟ ନାଗର। କ୍ୟାରିମିନତୀ ହେଉଛି ତାଙ୍କ ୟୁଟୁବ ଚ୍ୟାନେଲ ନାଁ। ଅଜୟ ନାଗରଙ୍କୁ ବେଷ୍ଟ ଇନପ୍ଲୁଏନ୍ସସର ଆଓ୍ଵାର୍ଡ ମଧ୍ୟ ଦିଆଯାଇଛି। ୟୁଟୁବରେ ତାଙ୍କର ୧୬ ନିୟୁତ ଫଲୋଅର ଅଛନ୍ତି।

ସେହିପରି ଆମିର ସିଦ୍ଦିକି ହେଉଛନ୍ତି ଜଣେ ଟିକ୍‌ଟକ ଷ୍ଟାର। ତାଙ୍କ ଟିକ୍‌ଟକ ଆଇଡି ନାଁ ଟିମ୍‌ ନବାବ। ଯେଉଁଥିରେ ତାଙ୍କର ୩ ନିୟୁତ ଫଲୋଅର ଅଛନ୍ତି।

କାହିଁକି ଟ୍ରେଣ୍ଡ କରୁଛି ଜଷ୍ଟିସ୍‌ ଫର୍‌ କ୍ୟାରିମିନତୀ

ଏହି ବିବାଦ ମଧ୍ୟରେ ୟୁଟୁବ କ୍ୟାରିମିନତୀଙ୍କ ଭିଡିଓକୁ ନିଜ ପ୍ଲାଟଫର୍ମରୁ କାଟି ଦେଇଛି। ୟୁଟୁବ କହିଛି ଯେ ଏହି ଭିଡିଓ ୟୁଟୁବର ନିୟମ ଉଲ୍ଲଘଂନ କରୁଛି। ହେଲେ କ୍ୟାରିମିନତୀଙ୍କ ଫ୍ୟାନମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ କ୍ୟାରିମିନତୀଙ୍କୁ ଜଷ୍ଟିସ ଦେବା ପାଇଁ ଏହି ହାସ୍‌ଟ୍ୟାଗ ତିଆରି କରିଛନ୍ତି।

Comment