ଓଡ଼ିଶାଲାଇଭ୍ ବ୍ୟୁରୋ

ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଦିନରେ ପ୍ରେସମିଟ୍ କରିଛନ୍ତି। ଏଥିରେ କୋଇଲା କ୍ଷେତ୍ରକୁ ନେଇ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। କୋଇଲା ପରିବହନ ଭିତ୍ତିଭୂମିର ବିକାଶ ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରେସମିଟରେ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋଇଲା ଖଣି ନିଲାମ ପକ୍ରିୟା ସରଳୀକରଣ କରାଯିବ। କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖଣି ଆରମ୍ଭ ହେବା ସହିତ ଏହା ଉପରେ ଥିବା ସରକାରଙ୍କ ଏକଚାଟିଆ ଅଧିକାର ଶେଷ ହେବ। ଆଗକୁ ୫୦ଟି ନୂଆ କୋଇଲା ଖଣି ନିଲାମ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହ କୋଇଲାରୁ କିଭଳି ଗ୍ୟାସ ଉତ୍ପାଦନ କରାଯାଇପାରିବ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ସମୟ ପୂର୍ବରୁ ଉତ୍ତୋଳନ କାମ ଶେଷ ହେଲେ ଏହି ପ୍ରୋତ୍ସାହନ ରାଶି ମିଳିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପୂର୍ବରୁ ଅର୍ଥମନ୍ତ୍ରୀ ତିନି ଦିନଧରି ବିଭିନ୍ନ ପ୍ୟାକେଜ୍ ଘୋଷଣା କରିଥିଲେ।। ଏଥିରେ ଏମ୍ଏସ୍ଏମ୍ଇଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକ, କୃଷି, ଗୋପାଳନ ଓ ମତ୍ସ୍ୟଚାଷ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା।

Comment