ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ହିରୋଇନ ଜରୀନ ଖାନଙ୍କୁ ସମସ୍ତେ ଜାଣନ୍ତି। କେହି କେହି ତାଙ୍କୁ କାଟ୍ରିନାଙ୍କ ଡୁପ୍ଲିକେଟ ବୋଲି ମଧ୍ୟ କହନ୍ତି। ଜାଣନ୍ତି କି ବଲିଉଡରେ ଆସିବା ପୂର୍ବରୁ ତାଙ୍କ ଲାଇଫ୍ କେମିତି ଥିଲା।

ଫିଲ୍ମ ‘ବୀର’ରୁ ସଲମାନ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଜରିନ ଖାନ ଆଜି ଏକ ଜଣାଶୁଣା ନାଁ। ନିଜ ଅଭିନୟ ଓ ସୁନ୍ଦର ଚେହେରା ପାଇଁ ବଲିଉଡରେ ସଫଳତା ହାସଲ କରିଛନ୍ତି।  ବଲିଉଡକୁ ଆସିବ ପୂର୍ବରୁ ଜରୀନ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି। ଏମିତିକି ଆର୍ଥିକ ଅଭାବ ଯୋଗୁଁ ଜରୀନ ଅଧାରୁ ପାଠ ପଢ଼ା ବି ଛାଡ଼ି ଦେଇଥିଲେ।

ଜରୀନ୍ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ। କିନ୍ତୁ ଘରେ ପରିସ୍ଥିତି ଖରାପ ଥିବାରୁ ତାଙ୍କୁ ପାଠ ଛାଡ଼ି କାମ କରିବାକୁ ପଡ଼ିଥିଲା। ସେ ୨୩ ବର୍ଷ ବୟସରେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଏକ କଲ ସେଣ୍ଟରରେ କାମ କରିବାକୁ ବାଧ୍ୟ ହୋଇଥିଲେ।

କଲ୍ ସେଣ୍ଟର ଚାକିରି ସହିତ ସେ ମଡେଲିଂ ମଧ୍ୟ କରୁଥିଲେ। ବଲିଉଡରେ ତାଙ୍କୁ ଯେଉଁ ସଫଳତା ମିଳିଲା ସେଥିପାଇଁ ସଲମାନ ଖାନଙ୍କୁ ଶ୍ରେୟ ଦିଅନ୍ତି ସେ।

‘‘‘ବୀର’ରେ ସଲମାନ ଖାନଙ୍କ ହିରୋଇନ୍ ଥିଲି, ତେଣୁ ଆଜି ଲୋକମାନେ ମୋତେ ଜାଣନ୍ତି। ସଲମାନଙ୍କ ସହ ଫିଲ୍ମରେ କାମ କରିବାବେଳେ ମୁଁ ତାଙ୍କୁ ସବୁବେଳେ ଦେଖୁଥିଲି। ମୁଁ ତାଙ୍କ ସହ କାମ କରୁଥିଲି ବୋଲି ମୋର ବିଶ୍ୱାସ ହେଉନଥିଲା’’, କହନ୍ତି ଜରୀନ।

‘ବୀର’  ପରେ ଜରୀନ ଖାନ୍ ହାଉସଫୁଲ୍ ୨, ହେଟ୍‌ ଷ୍ଟୋରି ୩, ଫିଲ୍ମ ୧୯୨୧ ପରି ଜଣାଶୁଣା ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Comment