ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁଭାରମ୍ଭ ହେବ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମ। ସ୍କୁଲ ଶିକ୍ଷାକୁ ଆଧାର କରି ଦିକ୍ଷା ଆପ୍‌ରେ ଏହି ଯୋଜନା ଆରମ୍ଭ କରାଯିବ। ଦଶମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ‘ଓ୍ଵାନ କ୍ଲାସ ଓ୍ଵାନ ଚ୍ୟାନେଲ’ ବ୍ୟବସ୍ଥା ମଧ୍ୟ କରାଯିବ। ସର୍ବୋଚ୍ଚ ୧୦୦ଟି ବିଶ୍ଵବିଦ୍ୟାଳୟକୁ ଅନ୍‌ଲାଇନ କୋର୍ସ ଲାଗି ମଞ୍ଜୁରି ପ୍ରଦାନ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଏହାସହ ଦିବ୍ୟାଙ୍ଗ ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ। ପିଲାମାନଙ୍କ ପାଇଁ ‘ମନୋଦର୍ପଣ ଯୋଜନା’ ମଧ୍ୟ ଆରମ୍ଭ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆତ୍ମନିର୍ଭର ଭାରତ’ର ଶେଷ ପ୍ୟାକେଜ ଘୋଷଣା କରୁଛନ୍ତି। ଏହି ପ୍ୟାକେଜ ସହ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଅନ୍‌ଲାଇନ କ୍ଲାସକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାର ପ୍ରୟାସ କରାଯାଉଛି ବୋଲି ନର୍ମଳା ସୀତାରମଣ କହିଛନ୍ତି।

Comment