ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି ରାଜଧାନୀ।

ସୋମବାର ରାଜ୍ୟର ଆଉ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେଥିମଧ୍ୟରୁ ଭୁବନେଶ୍ୱରର ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏବେ ରାଜଧାନୀର ସବୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମାର୍ଚ୍ଚ ୧୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ପ୍ରଥମ କରି କରୋନା ସଂକ୍ରମିତ ହେବା କଥା ସାମନାକୁ ଆସିଥିଲା। ଏହାପରେ ପ୍ରାୟ ୨ ମାସର ବ୍ୟବଧାନ ପରେ ରାଜଧାନୀ କରୋନା ଶୂନ୍ୟ ହେବା ରାଜଧାନୀବାସୀଙ୍କ ପାଇଁ ଖୁସି ଆଣିଛି।

ବର୍ତ୍ତମାନ ରାଜ୍ୟରେ ମୋଟ ୬୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment