ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୨୦ରେ ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ୍‌ ୨କୁ ରିଲିଜ କରିବା ଆଉ ସମ୍ଭବ ନୁହେଁ। ତେଣୁ ଏହା ୨୦୨୧ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ବହୁ ଚର୍ଚ୍ଚିତ ଫିଲ୍ମର କେଜିଏଫ୍‌ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏ ବର୍ଷ ଆଉ ରିଲିଜ୍‌ ହୋଇପାରିବ ନାହିଁ ଏହାର ସିକ୍ୱେଲ ଫିଲ୍ମ କେଜିଏଫ୍‌ ୨। ଚଳିତ ବର୍ଷ ଅନେକ ଫିଲ୍ମ ଅନଲାଇନରେ ରିଲିଜ କରୁଥିଲା ବେଳେ କେଜିଏଫ୍‌ ୨ କିନ୍ତୁ ଅନଲାଇନ୍‌ ରିଲିଜ ହେବ ନାହିଁ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଏହି ଫିଲ୍ମ ଦର୍ଶକ ଫିଲ୍ମ ହଲ୍‌ରେ ଦେଖିବାକୁ ଅଧିକ ପସନ୍ଦ କରିବେ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।

୨୦୧୮ରେ ଆସିଥିବା ଫିଲ୍ମ କେଜିଏଫ୍‌ର ଅପାର ସଫଳତା ପରଠାରୁ ଏହାର ସିକ୍ୱେଲ ଫିଲ୍ମ ପାଇଁ ଦର୍ଶକ ଉତ୍ସାହିତ ରହିଥିଲେ। ଏହି ଫିଲ୍ମ ୨୦୨୦ରେ ହିଁ ରିଲିଜ ହୋଇଥାନ୍ତା। କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି।

କେଜିଏଫ୍‌ ୧ରେ ଅଭିନେତା ୟଶ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ପିଲ୍ମର ଦ୍ୱିତୀୟ ପାର୍ଟରେ ୟଶ ମୁଖ୍ୟ ଚରିତ୍ର ନିଭାଇବେ।  ତାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ବି ନଜର ଆସିବେ। ଏମାନଙ୍କ ବ୍ୟତୀତ  ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏଥିରେ ରବିନା ଟଣ୍ଡନ୍ ପ୍ରଧାନମନ୍ତ୍ରୀ ରାମିକା ସେନ୍ ଭୂମିକାରେ ଅଭିନୟ କରିବେ। ସୋସିଆଲ ମିଡିଆରେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ନିଜେ ତାଙ୍କ ନାମ ପ୍ରକାଶ କରିଥିଲେ।

କେଜିଏଫ୍ ୨ ରେ ସଞ୍ଜୟ ଦତ୍ତ ଭିଲେନ ଚରିତ୍ରରେ ଅଭିନୟ କରୁଛନ୍ତି। ଗତ ବର୍ଷ ତାଙ୍କ ଜନ୍ମଦିନରେ ତାଙ୍କ ନାମ ଘୋଷଣା କରାଯାଇଥିଲା।

Comment