ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ମା’ ରୋଲ କରି ଦର୍ଶକଙ୍କ ହୃଦୟରେ ଚିର ସ୍ମରଣୀୟ ବଲିଉଡ ଅଭିନେତ୍ରୀ ରିମା ଲାଗୁ।

୨୦୧୭, ମେ’ ୧୮ରେ ଦୁନିଆକୁ ଅଲବିଦା କହିଥିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରିମା ଲାଗୁ। ହୃଦରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଅନେକ ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟରେ ଏବେ ବି ସେ ଜୀବନ୍ତ ଅଛନ୍ତି।

ଅନେକ ତାଙ୍କୁ ବଲିଉଡର ମା’ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। ବଲିଉଡର ଅନେକ ହିଟ ଫିଲ୍ମ ତଥା ‘ମୈନେ ପ୍ୟାର କିଆ’, ‘ସାଜନ’, ‘ହମ ସାଥ ସାଥ ହୈ’, ‘ହମ ଆପକେ ହୈ କୌନ’ ରେ ସେ ଅଭିନୟ କରିଥିଲେ ।

ସେହିପରି ଟିଭି ସିରିଏଲ ଶ୍ରୀମାନ ଶ୍ରୀମତୀ ଜୀ, ତୁ ତୁ ମେଁ ମେଁ ରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ଏହାଛଡ଼ା  ଅନେକ ମରାଠୀ ଫିଲ୍ମରେ ବି ରିମା ଲାଗୁ ଅଭିନୟ କରିଥିଲେ। ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ ‘ନାମକରଣ’ ତାଙ୍କର ଶେଷ ସିରିଏଲ ଥିଲା। ଏଥିରେ ସେ ପ୍ରଥମ ଥର ନେଗେଟିଭ୍‌ ମା’ ରୋଲ କରିଥିଲେ। ୧୯୫୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରିମା ଲାଗୁ।

Comment