ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଦଶଟି କ୍ଲଷ୍ଟରରୁ ୪୦୦ ରକ୍ତ ନମୁନା ସଂଗ୍ରହ କଲା ଆଇସିଏମ୍ଆର୍ ଟିମ୍। ଏହି ସବୁ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ସହ ଆଣ୍ଟିବଡି ରହିଛି କି ନାହିଁ ସେନେଇ ଏହି ଟିମ୍ ଅନୁସନ୍ଧାନ କରୁଛି। ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ କ୍ଲଷ୍ଟରରୁ ଟିମ୍ ଏହି ରକ୍ତ ନମୁନା ସଂଗ୍ରହ କରିଛି।ଭାରତର ୨୧ଗୋଟି ରାଜ୍ୟର ୬୯ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମଆର ଟିମ ଏକ ତାଲିକା ପ୍ରସ୍ତୁତ କରିଛି। ଏଥିରେ ଓଡିଶାର ରାୟଗଡ଼ା ଜିଲ୍ଲା ସମେତ କୋରାପୁଟ ଓ ଗଞ୍ଜାମ ଜିଲ୍ଲା ମଧ୍ୟ ରହିଛି । ଭାରତର ବିଭିନ୍ନ ରାଜ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ତାହାର ବିଧିବଦ୍ଧ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଏହି ଟିମ୍ ଅନୁସନ୍ଧାନ କରୁଛି।

ରାୟଗଡ଼ାରେ ରକ୍ତ ନମୁନା ସଂଗ୍ରହ ପରେ ସୋମବାର ଦିନ କୋରାପୁଟଠାରେ  ଏହି ଟିମ୍ ନିଜର ପରୀକ୍ଷା ନିରିକ୍ଷା ଜାରି ରଖିବ। ଏନେଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

Comment